ରାଜ୍ୟ

ନିଶାଙ୍କ ଯାତ୍ରା ଦେଖି ତାତିଲେ ଦର୍ଶକ, ଆଉ ତା’ପରେ..

ଭୁବନେଶ୍ୱର : ଚାଲୁଥିଲା ନାଟକ। ତାତିଲେ ଦର୍ଶକ। ଆଉ ଷ୍ଟେଜ୍ ଓ କଳାକାରଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ। ଏଭଳି ଘଟଣା ଘଟିଛି ଆଠଗଡ଼ରେ। ନିଶା ନିଶା ରାତି ନାଟକରେ ନିଶାଙ୍କୁ ଚେୟାର ଓ ବୋତଲ ମାଡ ହୋଇଥିବା ଜଣାପଡ଼ିଛି। ଆଠଗଡ଼ ଅଞ୍ଚଳରେ ମଞ୍ଚସ୍ଥ ନାଟକରେ ଚେୟାର ଓ ବୋତଲ ମାଡ କଲେ ଦର୍ଶକ। ଷ୍ଟେଜ ଉପରେ ପ୍ରଦର୍ଶନ କରାଯାଉଥିବା ଏକ ଦୃଶ୍ୟକୁ ଦେଖି ଦର୍ଶକ ତାତିବା ସହ ଅତିଷ୍ଠ ହୋଇ ଚେୟାର ଫିଙ୍ଗିଥିଲେ। ଯାତ୍ରା କଳାକାର ନିଶା ମହାରଣାଙ୍କ ଜୀବନକୁ ନେଇ ହୋଇଥିବା ଏହି ନାଟକରେ ଲୋକେ କଳାକାରଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଛନ୍ତି ବୋଲି ସୂଚନା ମିଳିଛି। ଆଠଗଡ଼ରେ ମଞ୍ଚସ୍ଥ ହୋଇଥିଲା ତାରିଣୀ ଗଣନାଟ୍ୟର ନାଟକ ନିଶା ନିଶା ରାତି। ଏହି ନାଟକର ଦୃଶ୍ୟ ଦେଖିବା ବେଳେ ଦର୍ଶକ ଅସନ୍ତୁଷ୍ଟ ହୋଇଥିଲେ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button