ଜିଲ୍ଲା
ଛାତ୍ର ସଂସଦ ନିର୍ବାଚନ ; ଆଶା ବଢ଼ାଇଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ ଅଛି। ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତିକ୍ରମେ ଉଚିତ୍ ସମୟେର ଏନେଇ ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ପୁଣିଥରେ ଆଶା ସଞ୍ଚାର ହୋଇଛି। ସରକାର ଏନେଇ ପ୍ରସ୍ତୁତି ଚଳାଇଥିବାରୁ ଖୁବ୍ଶୀଘ୍ର ଚିତ୍ର ସ୍ପଷ୍ଟ ହୋଇପାରେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୮ ବର୍ଷ ହେଲା ବିଭିନ୍ନ କାରଣରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଫଳରେ ନୂଆ ଛାତ୍ର ନେତା ବାହାରି ପାରୁନାହାନ୍ତି। ୨୦୧୭ରେ ଶେଷ ଥର ପାଇଁ କ୍ୟାମ୍ପସରେ ନିର୍ବାଚନ ହୋଇଥିଲା।
ସୌଜନ୍ୟ ସମାଜ




