ଜରପଡା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର, ଗାଡ଼ି ଛାଡି ଡ୍ରାଇଭର-ହେଲପର ଫେରାର୍

ଅନୁଗୁଳ ଜରପଡ଼ା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତିଶଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍- CBG ଟ୍ୟାଙ୍କର ବିଳମ୍ବିତ ରାତିରେ ଜରପଡ଼ା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ।

ଅନୁଗୁଳ ୧୪/୦୨: ଅନୁଗୁଳ ଜରପଡ଼ା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତିଶଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍- CBG ଟ୍ୟାଙ୍କର ବିଳମ୍ବିତ ରାତିରେ ଜରପଡ଼ା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଖବର ପାଇ ଜରପଡା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପାଖ ରାସ୍ତା ଅବରୋଧ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲା ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସତର୍କତା ସହ ଗାଡି ଉଦ୍ଧାର ପାଇଁ ଚେଷ୍ଟା କରିଛି। ରାସ୍ତାର ଉଭୟ ପାର୍ଶ୍ଵ ଏକ କିଲୋମିଟର ପର୍ଯ୍ୟନ୍ତ କାହାକୁ ଛଡା ଯାଉନାହିଁ। ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି। ଗାଡିର ଉଦ୍ଧାର କାମ ଜାରି ରହିଛି। ଟ୍ୟାଙ୍କରରେ ବିପଦପୂର୍ଣ୍ଣ ତଥା ଦହନଶୀଳ ଗ୍ୟାସ୍ ଥିବାରୁ ଦୁଇଟି ଦମକଳ ଆସି ଗାଡ଼ିକୁ ଜଗି ରହିଛନ୍ତି ।

ଏପଟେ ଅଗ୍ନିକାଣ୍ଡ ଭୟ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ସେହିପରି ଟ୍ୟାଙ୍କର ଓଲଟିବା କାରଣରୁ କୌଣସି ବିପଦ ଆଶଙ୍କା ରହିଛି କି ନାହିଁ CBG ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ୍ କରୁଛନ୍ତି ।

ସୌଜନ୍ୟ Prameya News7

Exit mobile version