ଦେଶ ବିଦେଶ
ଜାପାନର ସବୁଠୁ ବୟସ୍କ ନାଗରିକଙ୍କ ପରଲୋକ

ଟୋକିଓ : ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱା ୧୧୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ନାରା ପ୍ରିଫେକ୍ଚରର ୟାମାତୋକୋରିୟାମାଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା କାଗାୱା ୧୯୩୪ ମସିହାରେ ଡାକ୍ତରୀ ଶିକ୍ଷା ସମାପ୍ତ କରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ। ସେ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀସେବା ଜାରି ରଖିଥିଲେ। ୨୦୨୧ରେ ସେ ଟୋକିଓ ଅଲିମ୍ପିକ ପାଇଁ ମଶାଲ ବାହିକା ହୋଇ ଇତିହାସ ରଚିଥିଲେ। ଅଧିକ ଚାଲିବା ଓ ମସ୍ତିଷ୍କକୁ ସବୁବେଳେ କାର୍ଯ୍ୟକ୍ଷମ ରଖିବାକୁ ହିଁ ନିଜର ଦୀର୍ଘାୟୁର କାରଣ ବୋଲି ସେ ଦର୍ଶାଇଥିଲେ। କାଗାୱାଙ୍କ ପରଲୋକ ପରେ କ୍ୟୋଟୋର ୧୧୪ ବର୍ଷୀୟା ଫୁୟୋ କିଶିମୋଟୋ ଜାପାନର ସବୁଠାରୁ ବୟସ୍କା ନାଗରିକ ହୋଇଛନ୍ତି।
ସୌଜନ୍ୟ ସମାଜ




