ଅପରାଧଜିଲ୍ଲାରାଜ୍ୟ

ଝିଆରୀ ଲଗ୍ନଧରାକୁ ଯିବା ପଡିଲା ମହଙ୍ଗା, ଘରେ କଳାକନା ବୁଲାଇଲେ ଲୁଟେରା, ଛାଡ଼ିଗଲେ ପ୍ରମାଣ

ଉଦଳା: ଝିଆରୀ ଲଗ୍ନଧରାକୁ ଯିବା ପଡିଲା ମହଙ୍ଗା। ଘରେ କଳାକନା ବୁଲାଇଲେ ଲୁଟେରା। ହେଲେ ଛାଡିଗଲେ ହାଫ୍‌ ପ୍ୟାଣ୍ଟ ଏବଂ ଲୁହାରଡ଼। ଉଦଳା ଥାନା ଅଠଣଗାଁ ୧୦ ନମ୍ବର ୱାର୍ଡରେ ହୋଇଛି ଲୁଟ। ଗ୍ରାମର ନୀଳକଣ୍ଠ ବେହେରା ପରିବାର ସମେତ ବରହମପୁର ଥାନା ଅଞ୍ଚଳରେ ରହୁଥିବା ଝିଆରୀର ଲଗ୍ନ ଧରାକୁ ଯାଇଥିଲେ। ଶୁକ୍ରବାର ସକାଳ ସମୟରେ ଘରର ବାଡ଼ ଭଙ୍ଗା ଯିବା ସହିତ ମୁଖ୍ୟ ଗେଟ ଖୋଲାଥିବା ଦେଖି ପଡୋଶୀ ତାଙ୍କୁ ଫୋନ କରିଥିଲେ। ଏହା ପରେ ପରିବାର ଲୋକେ ଘରେ ପହଂଚିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।

ଲୁଟେରା ମାନେ ଘର ମୁଖ୍ୟ ଗେଟ ତାଲା ଭାଙ୍ଗିଥିଲେ। ଘର ଭିତରେ ଥିବା ଗଡ଼ରେଜ ଭାଙ୍ଗି ଝିଆରୀ ବାହାଘର ପାଇଁ ଥିବା ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ସମେତ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ।

ହେଲେ ଲୁଟେରାମାନେ ବ୍ୟବହାର କରିଥିବା ଏକ ହାଫ୍ ପ୍ୟାଣ୍ଟ ଏବଂ ଲୁଟରେ ବ୍ୟବହୃତ ଦୁଇଗୋଟି ଲୁହା ରଡ୍‌ ଛାଡି ଚାଲିଯାଇଛନ୍ତି। ଏ ନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ଜୋର କରିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button