ଦେଶ ବିଦେଶ
ଡିଜେଲ ଦରବୃଦ୍ଧି ୭ ଟଙ୍କାରେ ସୀମିତ ରଖାଯାଇଛି: ମୋଦୀ
ଡିଜେଲ ଦରବୃଦ୍ଧି ଜନିତ ପ୍ରଭାବରୁ ଖାଉଟିଙ୍କୁ ସୁରକ୍ଷା ଦେବାପାଇଁ ସରକାରଙ୍କୁ ପ୍ରତିମାସରେ ୧୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିବାକୁ ପଡ଼ୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧିର ପ୍ରଭାବରରୁ ପରିବାର, କୃଷକ, ପରିବହନକାରୀ ଏବଂ ବ୍ୟବସାୟକୁ ସୁରକ୍ଷା, ଦେବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂଆଦିଲ୍ଲୀ : ପଶ୍ଚିମ ଏସିଆ ସଙ୍କଟ କାରଣରୁ ତେଲ ଦର ବଢ଼ିଯାଇଛି । ଏଥିପାଇଁ ଦେଶରେ ଡିଜେଲ ଦର ଲିଟର ପିଛା ୫୦ ଟଙ୍କା ବଢ଼ାଇବାର ଆବଶ୍ୟକତା ଥିଲା । କିନ୍ତୁ ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ସରକାର ଅଧିକାଂଶ ବୋଝକୁ ନିଜେ ବହନ କରି ଡିଜେଲ ଦରବୃଦ୍ଧିକୁ ଲିଟର ପିଛା ୭ ଟଙ୍କାରେ ସୀମିତ ରଖିଥିଲେ । ଗୁରୁବାର ଭାରତ ମଣ୍ଡପରେ ଆୟୋଜିତ ‘ଇଣ୍ଡିଆ ଟୁଡେ’ର ଭାରତ କୃଷି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।
ସୌଜନ୍ୟ ସମ୍ବାଦ




