ନୂଆଦିଲ୍ଲୀ ୨୯/୧୧: ଇସ୍ରୋ ଆସନ୍ତା ଡିସେମ୍ବର ୪ ତାରିଖ ସନ୍ଧ୍ୟା ୪ଟା ୮ ମିନିଟ୍ରେ ନିଜର ପିଏସ୍ଏଲ୍ଭି-ଏକ୍ସଏଲ୍ ରକେଟ୍ରୁ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୦୩ ସାଟେଲାଇଟ୍ ଲଞ୍ଚ୍ କରିବ । ଏହି ସାଟେଲାଇଟ୍ ୬୦୦ ଙ୍ଘ ୬୦,୫୦୦ କିମିବିଶିଷ୍ଟ ଅଣ୍ଡାକାର କକ୍ଷରେ ପୃଥିବୀକୁ ପରିକ୍ରମା କରିବ । ଏହି ଉତ୍କ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ ସୂର୍ଯ୍ୟ କୋରୋନାର ଅଧ୍ୟୟନ ଏବଂ ଏକସଙ୍ଗେ ଅନେକ ସାଟେଲାଇଟ୍ ଲଞ୍ଚ୍ କରିବାର ନୂଆ କୌଶଳ ପ୍ରଦର୍ଶନ । ଏହି ସାଟେଲାଇଟ୍ ସୂର୍ଯ୍ୟ ଚତୁଃପାଶ୍ୱର୍ର ବାୟୁମଣ୍ଡଳକୁ ଅଧ୍ୟୟନ କରିବ ।
ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଖୁବ୍ ଧୂଆଁଳିଆ, କିନ୍ତୁ ବିଶାଳ ପରସ୍ତ ରହିଛି । ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । ଏହାକୁ ଜାଣିବାରେ ସାଟେଲାଇଟ୍ ସାହାଯ୍ୟ କରିବ । ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଦୁଇ ପ୍ରକାର କୋରୋନା- ହାଇ କୋରୋନା ଓ ଲୋ କୋରୋନା ଥାଏ । ଅନେକ ସାଟେଲାଇଟ୍ ଏହାର ଅଧ୍ୟୟନ କରୁଛନ୍ତି । କିନ୍ତୁ ଉଭୟ ମଧ୍ୟରେ ଫାଙ୍କ ଅର୍ଥାତ୍ କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ ।
ପ୍ରୋବା-୩ରେ ସଂଲଗ୍ନ ଏଏସ୍ପିଆଇଆଇସିଏସ୍ ଉପକରଣ ଯୋଗୁ ଏହି କଳା ସ୍ଥାନର ଅଧ୍ୟୟନ ସହଜ ହେବ । ଏହା ସୌର ପବନ ଓ କୋରୋନାଲ ମାସ୍ ଇଜେକ୍ସନ୍ର ମଧ୍ୟ ଅଧ୍ୟୟନ କରିବ । ଏହି ସାଟେଲାଇଟ୍ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ । ସାଟେଲାଇଟ୍ର ଦୁଇଟି ଅଂଶ ରହିଛି । ପ୍ରଥମଟି ଆକ୍ୟୁଲେଟର ଓ ଅନ୍ୟଟି କୋରୋନାଗ୍ରାଫ୍ ସ୍ପେସ୍କ୍ରାଫ୍ଟ । ଉଭୟର କାମ ଭିନ୍ନ ଭିନ୍ନ କିନ୍ତୁ ପରସ୍ପର ସହ ଜଡ଼ିତ।
ସୌଜନ୍ୟ-ପ୍ରମେୟ
