Site icon Swayam News

ତିଆରି ହେବ ୨୮୦ କିମି ବେଗର ହାଇସ୍ପିଡ୍‌ ଟ୍ରେନ୍, ଚେନ୍ନାଇରେ ଉତ୍ପାଦନ ହେବ

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି କରାଯାଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ ବିକାଶ କରାଯାଉଛି। ତାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ଏଥିପାଇଁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଓ ବିଇଏମ୍ଏଲ୍‌ ମଧ୍ୟରେ ସ‌ହଯୋଗିତା ହୋଇଛି। ସେହି ହାଇସ୍ପିଡ୍‌ ଟ୍ରେନ୍ ଘଣ୍ଟା ପିଛା ୨୮୦ କିମି ବେଗରେ ଯାତ୍ରା କରିବ ବୋଲି ସଂସଦରେ ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ସୂଚନା ଦେଇଛନ୍ତି। ଟ୍ରେନ୍‌ର ବିଭିନ୍ନ ବିଶେଷତ୍ବ ଉପରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏରୋଡାଇନାମିକ୍ ଡିଜାଇନ୍‌ରେ ଟ୍ରେନ୍‌କୁ ପ୍ରସ୍ତୁତ କରାଯିବ। ତାହାର କାର୍‌ ବଡି ଏୟାରଟାଇଟ୍‌ ରହିବ।

ସେଥିରେ ଉତ୍ତାପ, ‌ବାୟୁ ଚଳାଚଳ ଓ ଶୀତତାପ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସ୍ବୟଂଚାଳିତ ଡୋର୍‌, ସିସିଟିଭି, ମୋବାଇଲ୍‌ ଚାର୍ଜିଂ ସୁବିଧା, ଉନ୍ନତ ଆଲୋକ ଓ ଅଗ୍ନି ନିର୍ବାପକ ବ୍ୟବସ୍ତା ଆଦି ରହିବ। ‌ପ୍ରଥମେ ଟ୍ରେନ୍‌ର ଡିଜାଇନ୍ ଚୂଡ଼ାନ୍ତ ହେବା ପରେ ତାହା ପ୍ରସ୍ତୁତ କରିବା ଲାଗି କେତେକ ସମୟ ଲାଗି ତାହା କହିହେବ ବୋଲି ମନ୍ତ୍ରୀ କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Exit mobile version