Site icon Swayam News

ତୁମେ ମୋ ଘର ପାଲଟି ଯାଇଛ; ଏଭଳି କହି ରଶ୍ମିକାଙ୍କୁ ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ଟିଜର ଓ ଟ୍ରେଲର ରିଲିଜ୍ ହେବା ପରଠାରୁ ଫିଲ୍ମ ରିଲିଜ୍କୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି | ଡିସେମ୍ବର ୫ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେଳେ ଏବେ କଳାକାର ଫିଲ୍ମର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏବେ କୋଚିରେ ଫିଲ୍ମର ପ୍ରଚାର ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ସହ-ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ପ୍ରଶଂସା କରି କହିଥିବା କଥା ଚର୍ଚ୍ଚାରେ ରହିଛି।

ରଶ୍ମିକା ମନ୍ଦନାଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ, “ମୋ ନିଜର ଶ୍ରୀବଲି ଏବେ ପୁଣି ଥରେ ନ୍ୟାସଲନାଲ କ୍ରସ ହେବାକୁ ଯାଉଛନ୍ତି। ତୁମେ ଏକମାତ୍ର ଏଭଳି ହିରୋଇନ୍, ଯାହାଙ୍କ ସହ କାମ କରି ମୁଁ ସହଜ ଅନୁଭବ କରିଛି। ତୁମେ ଏବେ ମୋର ଘର ପାଲଟିଯାଇଛ। ସୁଟିଂ ସେଟରେ ବି ମୋତେ ଘରେ ଥିବା ଭଳି ଅନୁଭବ କରାଇଛ। ତୁମ ସମର୍ଥନ ପାଇଁ ଧନ୍ୟବାଦ। ତୁମ ବିନା ପୁଷ୍ପା ସମ୍ଭବ ହୋଇନଥାନ୍ତା। ତୁମ ସମର୍ଥନ ବିନା ମୁଁ ପ୍ରଦର୍ଶନ କରିପାରିନଥାନ୍ତି। ତୁମେ ପୁଷ୍ପାକୁ ସ୍ବତନ୍ତ୍ର କରିଛ।”
ସୌଜନ୍ୟ-ସମ୍ୱାଦ

Exit mobile version