ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ରାସ୍ତାରେ ଅଟକି ରହିଥିବା ଦେଖାଯାଇଛି । ଘଟଣା ସ୍ଥଳରେ ଜୟପୁର ସଦର ଥାନା ପୋଲିସ ପହଂଚି ଅନୁଧ୍ୟାନ କରୁଛନ୍ତି । ତେବେ କେଉଁ କାରଣ ପାଇ ବ୍ରିଜ ଭାଙ୍ଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।
ସୌଜନ୍ୟ ଧରିତ୍ରୀ
