ଭୁବନେଶ୍ୱର ୨୭।୦୨ : ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ଟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକରେ ହେବ ମାନସ ମନ୍ଥନ ।
ଖବର ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟରେ ବର୍ତ୍ତମାନ ରାଜନୀତି ପୁରା ଉଷ୍ମ । ପ୍ରତିଦିନ କିଛି ନା କିଛି ରାଜନୈତିକ ହଲଚଲ ହେଉଛି । ଏହିକ୍ରମରେ ଗୁରୁବାର ବିଜେଡି, ବିଜେଡି, କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ କିଛି ସଙ୍କେତ ଦେଇଥିଲେ । ଏହାପରେ ସଂଧ୍ୟାରେ ବିଜେଡିର ପିଏସି ବୈଠକ ବସିଥିଲା । ଯେଉଁଥିରେ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ହେବା ପାଇଁ ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ବୈଠକ ପରେ ରାଜ୍ୟସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବ, ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି ବିଜେଡିର ବରିଷ୍ଠ ନେତା କହିଥିଲେ । ଏସବୁ ଭିତରେ ଶୁକ୍ରବାର ଦିନ ନବୀନ ନିବାସରେ ବସିବାକୁ ଯାଉଛି ବଡ଼ ବୈଠକ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ସମସ୍ତ ବିଧାୟକଙ୍କୁ ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନ ୫ଟାରେ ନବୀନ ନିବାସରେ ରାଜ୍ୟସଭା ନିର୍ବାଚନ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଆଗାମୀ ରାଜ୍ୟସଭା ନିର୍ବାଚନରେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ, ସେନେଇ ଚର୍ଚ୍ଚା ଏବଂ ଆଲୋଚନା ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ବିଧାନସଭା ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା ଚାଲିଛି । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି ।
ସୌଜନ୍ୟ Prameya News7
