ମୁମ୍ଵାଇ ୧୭।୦୩; ବଲିଉଡ୍ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି KD: The Devil ଚଳଚ୍ଚିତ୍ରରେ ତାଙ୍କର ଏକ ଆଇଟମ ନମ୍ଵର ଅଛି ‘ସାରକେ ଚୁନର ତେରୀ ସାରକେ’। ଏହି ଆଇଟମ୍ ଗୀତରେ, ନୋରାଙ୍କୁ ସଞ୍ଜୟ ଦତ୍ତଙ୍କ ସହ ଦେଖିବାକୁ ମିଳିବ। ରବିବାର, ମାର୍ଚ୍ଚ ୧୬ ତାରିଖରେ ମୁକ୍ତିଲାଭ କରିଥିବା ଏହି ଟ୍ରାକର ମ୍ୟୁଜିକ୍ ଭିଡିଓକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିଛି ପ୍ରଶଂସକ ନୋରାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଗୀତକୁ “ଅଶ୍ଳୀଳ” ଲିରିକ୍ସ ସହ ଡବଲ୍ ମିନିଂ ପାଇଁ ବିରକ୍ତ ହୋଇଛନ୍ତି ।
ନୋରାଙ୍କୁ ଭଡକିଲେ ୟୁଜର୍ସ
‘ସାରକେ ଚୁନର ତେରୀ ସାରକେ’ ଗୀତର ଲିରିକ୍ସ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନଲାଇନରେ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛି। ଗୀତଟି ଏକ ଡ୍ୟାନ୍ସ ବାରରେ ସେଟ୍ କରାଯାଇଛି। ଯେଉଁଠାରେ ନୋରା ଅନେକ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖାଯାଉଛି। ରବିବାର ରିଲିଜ୍ ହୋଇଥିବା ପ୍ରୋମୋ ଶୁଣି ଫ୍ୟାନ୍ସମାନେ ରାଗି ଯାଇଥିଲେ । ଅନେକ ୟୁଜର୍ସ ଏହାକୁ ଡବଲ ମିନିଂ ସହ “ଅଶ୍ଳୀଳ” ଗୀତି କହି ନିନ୍ଦା କରିଛନ୍ତି। ଗାୟିକା ମଙ୍ଗଲି ଏହି ଗୀତ ଗାଇ ଗାଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ରକିବ ଆଲମ । ସମସ୍ତେ ବର୍ତ୍ତମାନ ଏହି ଗୀତକୁ ସମାଲୋଚନା କରୁଛନ୍ତି। ୟୁଟ୍ୟୁବର କମେଣ୍ଟ ସେକସନରେ ୟୁଜର୍ସ ଗୀତର ଅଶ୍ଳୀଳତା ସମ୍ପର୍କରେ ପ୍ରଶ୍ନ ଉଠାଉଛନ୍ତି।
ବର୍ଷିଲେ ଅରମାନ ମଲିକ
ସେପଟେ ଗାୟକ ଅରମାନ ମଲିକ ମଧ୍ୟ ଗୀତର ଲିରିକ୍ସକୁ ସମାଲୋଚନା କରିଛନ୍ତି। X ଏକ ଲେଖି ପୋଷ୍ଟ ସେୟାର କରିଛନ୍ତି, “ଏହା ମୋ ଟାଇମ ଲାଇନ୍ରେ ଦେଖାଗଲା, ଏବଂ ମୁଁ ଯାହା ଶୁଣିଲି ତାହା ପ୍ରକୃତରେ ସଠିକ୍ କି ନାହିଁ ତାହା ଯାଞ୍ଚ କରିବା ପାଇଁ ମୋତେ ପୁଣି ଥରେ ଗୀତଟି ଶୁଣିବାକୁ ପଡିଲା। କର୍ମିଶାଲ ଗୀତ ଏତେ ନିମ୍ନ ସ୍ତରକୁ ଖସିଯିବା ଦେଖି ଦୁଃଖ ଲାଗୁଛି।” ପରବର୍ତ୍ତୀ ଟ୍ୱିଟ୍ରେ ସେ ଆହୁରି କହିଛନ୍ତି, “ମୁଁ ପ୍ରକୃତରେ ଶବ୍ଦ ହରାଇ ବସିଛି।
ଏହି ଗୀତରେ ସଞ୍ଜୟ ଦତ୍ତଙ୍କୁ ଦେଖି ୟୁଜର୍ସ ମଧ୍ୟ ଦୁଃଖିତ। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, ମୁଁ ସଞ୍ଜୟ ଦତ୍ତଙ୍କଠାରୁ ଏହା ଆଶା କରି ନଥିଲି।” ଫିଲ୍ମର ନିର୍ଦ୍ଦେଶକ ପ୍ରେମ ମଧ୍ୟ କଠୋର ସମାଲୋଚନାର ଶିକାର ସମ୍ମୁଖୀନ ହେଉଛନ୍ତି। KVN ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ, ଫିଲ୍ମ KD: The Devilରେ ଧ୍ରୁବ ସରଜା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ସିନେମାରେ ଶିଳ୍ପା ସେଟ୍ଟି, ଭି. ରବିଚନ୍ଦ୍ରନ୍, ରମେଶ ରବିନ୍ଦ ଏବଂ ରୀଶମା ନାନାୟାଙ୍କ ସହିତ ସଞ୍ଜୟ ଦତ୍ତ ଏବଂ ନୋରା ଫତେହୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏପ୍ରିଲ ୩୦ ରେ ଥିଏଟରରେ ରିଲିଜ୍ ହେବ ।
ସୌଜନ୍ୟ Prameya News7
