ହିଟମ୍ୟାନ୍ କହିଛନ୍ତି ଯେ, ଏହା ଏକ ମହାନ ସମ୍ମାନ । ଏହି ପୁରସ୍କାର ମିଳିଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ତାଙ୍କ ପାଇଁ ଏବଂ ପରିବାର ପାଇଁ ଖୁବ୍ ସ୍ମରଣୀୟ ମୁହୂର୍ତ୍ତ । ତାଙ୍କ କ୍ୟାରିଅରରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ । ସେ ନିଜ ଦେଶ ପାଇଁ ମ୍ୟାଚ୍ ଏବଂ ଟ୍ରଫି ଜିତିବାକୁ ସଦାବେଳେ ପ୍ରୟାସ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରୋହିତ ଭାରତର ଅନ୍ୟତମ ସଫଳ ଅଧିନାୟକ । ସେ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ୍ ଜିତାଇଥିଲେ । ଏହାପରେ ତାଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଅନ୍ସ୍ ଟ୍ରଫି ଜିତିଥିଲା । କେବଳ ଏତିକି ନୁହେଁ ୨୦୨୩ ବିଶ୍ୱକପ୍ ଫାଇନାଲରେ ସେ ଟିମ୍ ଇଣ୍ଡିଆକୁ ପହଁଚାଇଥିଲେ ।