Site icon Swayam News

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ଆମେ ମାଗି ଖିଆ ନୁହଁ ଯଦି ଦବ ତାହେଲେ …. କାହିଁକି ଏମିତି କହିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୩୦।୧୧:ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରି ଶନିବାର ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ ପରିମାଣର ଆଳୁ ରହିଛି। ଉତ୍ତରପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଭଡ଼ା ୪ ଟଙ୍କା ପଡ଼ୁଛି ।
ତେବେ କେଉଁଠି ଯଦି ଚଢା ଦରରେ ବିକ୍ରି ହୁଏ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା କରାଯାଉଛି । ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ମାଛ ଯାଉଛି। ଆମେ ଚାହିଁଲେ ଦୁଇ ମିନଟ୍‌ରେ ବନ୍ଦ ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ସୌଜନ୍ୟ-ଧରିତ୍ରୀ

Exit mobile version