Site icon Swayam News

ପାଠପଢ଼ା ବୟସରେ ହାତରେ ଧରିଥିଲା ବନ୍ଧୁକ, ଅନେକ ମାଓ ଅପରାଧରେ ସାମିଲ ନାବାଳକ ମାଓବାଦୀ କଲା ଆତ୍ମସମର୍ପଣ

ରାଉରକେଲା ୮।୧୨: ରାଉରକେଲା ପୋଲିସ କବଜାରେ କୁଖ୍ୟାତ ମାଓବାଦୀ । ବୟସ ମାତ୍ର ୧୫ ବର୍ଷ କିନ୍ତୁ କରୁଥିଲା ବଡ଼ ବଡ଼ ଅପରେସନ ।  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ ନାବାଳକ ଜଣଙ୍କ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାଓ ନିପାତ ମିଶନ ଜୋରଦାର ଚାଲିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ ନାବାଳକ ମାଓବାଦୀ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶାଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ବହୁ ମାଓ ଅପରାଧରେ ସାମିଲ ଥିଲା ନାବାଳ ମାଓବାଦୀ    ନାବାଳକ ମାଓବାଦୀ ଜଣଙ୍କ ରାଉରକେଲା ପୋଲିସ ଜିଲ୍ଲା ସହ ସରଣ୍ଡା ଜଙ୍ଗଲରେ ମୋଷ୍ଟ ଆକ୍ଟିଭ ଥିଲା । ୧୨ ବର୍ଷ ବୟସର ହୋଇଥିବା ବେଳେ ୨୦୨୨ରେ ମାଓ ସଂଗଠନରେ ହୋଇଥିଲା ସାମିଲ । ଟପ୍ ମାଓ ନେତା ମୋଛୁ ସହ ଅନମୋଲର ତତ୍ତ୍ବାବଧାନରେ ଘଟାଇଥିଲା ଅଘଟଣ ।

କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା, ଟୋପାଡ଼ିହିରେ ରେଳବାଇ ଟ୍ରାକ୍ ବିସ୍ଫୋରଣଚାଇବାସାତିରିଲିପୋଷବଲିବା ଏବଂ ଲାଇଲର ଅଞ୍ଚଳରେ IED ବିସ୍ଫୋରଣ ମାମଲା ସହ ଅନ୍ୟାନ୍ୟ ବିସ୍ଫୋରଣ ମାମଲାରେ ଜଡିତ ଅଭିଯୁକ୍ତ ମାଓବାଦୀ ରୟା କାଳୁନ୍ଦୀ । ମୋଛୁର ଅଧୀନରେ ରହି ବହୁ ମାଓ ଅପରେସନରେ ସାମିଲ ଥିଲା । ସରେଣ୍ଡର  କରିବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସହାୟତା ଦିଆଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।

ସୌଜନ୍ୟ ସମ୍ବାଦ

 

Exit mobile version