ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଆଗାମୀ ଚବିଶ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା , ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ପବନ ବହିବ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି । ମଙ୍ଗଳବାର ପଶ୍ଚିମା ଝଡ଼ର ପ୍ରଭାବରେ ବାୟୁମଣ୍ଡଳ ଥଣ୍ଡା ରହିଛି । ଓଡ଼ିଶାର ଉତ୍ତର-ଉପକୂଳ ଏବଂ ଏହାର ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ୧.୫କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲାର ଯଶିପୁରରେ ସର୍ବାଧିକ ୪୦.୪ ମି.ମି. ବର୍ଷା ଏବଂ ଭୁବନେଶ୍ୱରରେ ୧୭.୬ ମି.ମି ବର୍ଷା ରେକର୍ଡ ହୋଇଥିବା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ଜିଲାର ଚମ୍ପୁଆରେ ୨୯.୪ ମି.ମି., ଗଜପତି ଜିଲା ଆର୍‌.ଉଦୟଗିରିରେ ୨୮.୨ମି.ମି., ମୟୂରଭଞ୍ଜ ଜିଲାର ନଓ୍ବାନାରେ ୧୮.୨ ମି.ମି., କୋରାପୁଟର ପଟ୍ଟାଙ୍ଗୀରେ ୧୧.୨ମି.ମି., ମୟୂରଭଞ୍ଜର ବାଲିମୁଣ୍ଡଳୀରେ ୯.୬ ମି.ମି., ସମ୍ବଲପୁରର ବୁର୍ଲାରେ ୭.୮ମି.ମି., ନୂଆପଡ଼ାର ସିନାପଲ୍ଲୀରେ ୯.୬ମି.ମି., ବରଗଡ଼ରେ ୫.୬ମି.ମି. ଏବଂ ମୟୂରଭଞ୍ଜର ଜି.ବି.ନଗରଠାରେ ୫ମି.ମି. ବର୍ଷା ରେକର୍ଡ ହୋଇଛି।

ସୌଜନ୍ୟ ଧରିତ୍ରୀ

Exit mobile version