ଦିଗପହଣ୍ଡି ୦୯।୦୩ : ନୃଶଂସ ପୁଅ । ଯେଉଁ ବାପାର ପିଠିରେ ବସି ଛୋଟ ବେଳେ ଗାଁ ବୁଲୁଥିଲା । ଆଜି ସେହି ବାପାର ବେକ କାଟିବାକୁ ବି ହାତ ପଛାଇଲାନି । ବାପାଙ୍କ ବେକକୁ ବ୍ଲେଡ କାଟିଦେଇଛି ପୁଅ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁରୁ ଆସିଛି ଅଭାବନୀୟ ଘଟଣ । ଯେଉଁଠି ବାପା ସୀମାଞ୍ଚଳ ସାହୁଙ୍କୁ ତାଙ୍କ ପୁଅ କୁନା ସାହୁ ହଠାତ୍ ଆକ୍ରମଣ କରିଥିଲେ । ଏପିରିକି ବ୍ଲେଡ୍ରେ ବାପାଙ୍କ ବେକ ମଧ୍ୟ କାଟିଦେଇଛନ୍ତି । ଯାହାପରେ ବାପାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ସେପଟେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳର ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର ପରେ ମେଡିକାଲର ପଠାଇଛି । ଏହାସହ ଘଟଣାର ଛାନ୍ଭିନ୍ ମଧ୍ୟ ଜାରି ରଖିଛି ।
ସୌଜନ୍ୟ Prameya News7
