Site icon Swayam News

ପୁରୀ ତଟରେ ପାଳନ ହେବ ନୌସେନା ଦିବସ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ବରିଷ୍ଠ ଅଧିକାରୀ

ପୁରୀ, ୨୯/୧୧ : ନୌସେନା ଦିବସ ପାଳନ ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ। ନୌସେନାର ବରିଷ୍ଠ ଅଧିକାରୀମାନେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି। ନୌସେନାର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ପ୍ରଦାନ କରିଛନ୍ତି। ଆଇଏନଏସ୍ କଳିଙ୍ଗର ଅଫିସର ପ୍ରଦୀପ ପଟେଲ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଲାଗି କରିଛନ୍ତି।

ସୂଚନାନୁଯାୟୀ, ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀ ତଟରେ ଡିସେମ୍ବର ୪ ତାରିଖରେ ପାଳନ ହେବ ନୌସେନା ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିତି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ ରହିବେ। ଏଥିପାଇଁ ବ୍ଳୁ ଫ୍ଳାଗ୍‌ ବିଚ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବ୍ଲୁ ଫ୍ଲାଗ୍ ବିଚ୍‌ରେ ନେଭି ଡେ’ ପାଳନ ପାଇଁ ଆରମ୍ଭ କାଉଣ୍ଟଡାଉନ ହୋଇଯାଇଛି। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ ଭାରତୀୟ ନୌସେନା କେତେ ସଜାଗ, ସେନେଇ ଦୁଃସାହସିକ ରଣକୌଶଳ ପ୍ରଦର୍ଶିତ ହେବ। ନୌସେନାର ବୀରତ୍ୱର ବାର୍ତ୍ତା ଦେଇ ପରେଡ୍‌ କରିବେ ଭାରତୀୟ ନୌସେନା ଯବାନ। ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ। ତେବେ ଲାଇଟ୍‌ ହାଉସ୍ ଠାରୁ ଦିଗବାରେଣି ଖୁଣ୍ଟି ଏବଂ ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁସ୍ଥାନରେ ନୌସେନାର ରଣକୌଶଳ ଦେଖି ହେବ।

ସୌଜନ୍ୟ-ପ୍ରମେୟ

Exit mobile version