ଖେଳଜାତୀୟ

ଫିଫାରେ ମେସି ମ୍ୟାଜିକ୍ : ବିଶ୍ୱକପରେ ୧୮ ଛୁଇଁଲା ଗୋଲ୍, ଭାଙ୍ଗିଲେ ୧୨ ବର୍ଷର ରେକର୍ଡ

ସୂଚନାଯୋଗ୍ୟ, ମେସି ରେକର୍ଡ ଷଷ୍ଠ ବିଶ୍ୱକପ୍ ଖେଳୁଛନ୍ତି ଓ ୨ଟି ମ୍ୟାଚରେ ମୋଟ୍ ୫ଟି ଗୋଲ କରିସାରିଛନ୍ତି । ବିଶ୍ୱର ତୃତୀୟ ଖେଳାଳି ଭାବେ ମେସି କ୍ରମାନ୍ୱୟରେ ୬ଟି ବିଶ୍ୱକପ୍ ମ୍ୟାଚରେ ଗୋଲ୍ କରିବାରେ ରେକର୍ଡ କରିଛନ୍ତି । ତାଙ୍କ ଗୋଲ୍ ଅଭିଯାନ ଆରମ୍ଭ ହୋଇଥିଲା ୨୦୨୨ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ରାଉଣ୍ଡ-୧୬ ମ୍ୟାଚରୁ । ଉକ୍ତ ମ୍ୟାଚରେ ସେ ଗୋଟିଏ ଗୋଲ ଦେଇଥିଲେ । ଆର୍ଜେଣ୍ଟିନା ୨-୧ ଗୋଲ୍ରେ ବିଜୟ ହାସଲ କରିଥିଲା । ଏହାପରେ ସେ ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲ୍ରେ ଗୋଟିଏ ଗୋଲ୍ କରିଥିଲେ ଓ ଅନ୍ୟ ଏକ ଗୋଲ୍ ସହାୟତା କରିଥିଲେ । ପରବର୍ତ୍ତୀ କ୍ରୋଏସିଆ ବିପକ୍ଷ ସେମି ଫାଇନାଲ୍ରେ ସେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଫ୍ରାନ୍ସ ବିପକ୍ଷ ଫାଇନାଲ୍ରେ ସେ ୨ଟି ଗୋଲ୍ ଦେଇଥିଲେ । ଚଳିତ ବିଶ୍ୱକପ୍ରେ ସେ କ୍ରମାନ୍ୱୟରେ ୨ଟି ମ୍ୟାଚରେ ଗୋଲ୍ କରିଛନ୍ତି । ମେସିଙ୍କ ପୂର୍ବରୁ ୧୯୫୮ ବିଶ୍ୱକପ୍ରେ ଫ୍ରାନ୍ସର ଜଷ୍ଟ ଫଣ୍ଟେନ ଓ ୧୯୭୦ ବିଶ୍ୱକପ୍ରେ ଜର୍ଜିନୋ କ୍ରମାନ୍ୱୟରେ ୬ଟି ମ୍ୟାଚରେ ଗୋଲ୍ କରିଥିଲେ । ଫଣ୍ଟେନ ଉକ୍ତ ବିଶ୍ୱକପ୍ରେ ମୋଟ ୧୩ଟି ଗୋଲ୍ କରିଥିଲେ ।

ନ୍ୟୁୟର୍କ,|୦୬:ଚଳିତ ବିଶ୍ୱକପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଆଉ ଏକ ରେକର୍ଡ ଭଙ୍ଗ କରିଛନ୍ତି । ଜର୍ମାନୀର ମିରୋସ୍ଲାଭ କ୍ଲୋଜଙ୍କ ନାମରେ ୧୨ ବର୍ଷ ଧରି ବଜାୟ ରହିଥିବା ସର୍ବାଧିକ ବିଶ୍ୱକପ୍ ଗୋଲ୍ ରେକର୍ଡ ଭଙ୍ଗ କରିଛନ୍ତି ମେସି । ସୋମବାର ଅନୁଷ୍ଠିତ ଅଷ୍ଟ୍ରିୟା ବିପକ୍ଷ ମ୍ୟାଚରେ ସେ ୨ଟି ଗୋଲ୍ କରିଥିଲେ । ତାଙ୍କର ଏହି ଗୋଲ ବଳରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରି ନକ୍ ଆଉଟ୍ (ରାଉଣ୍ଡ-୩୨)ରେ ସ୍ଥାନ ପକ୍କା କରିଥିଲା । ବିଶ୍ୱକପରେ ମେସିଙ୍କ ଗୋଲ୍ ସଂଖ୍ୟା ୧୮ରେ ପହଞ୍ଚି ଯାଇଥିଲା । ମେସି ଚଳିତ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ୧୩ଟି ଗୋଲ୍ କରିସାରିଥିଲେ । ଆଲଜେରିଆ ବିପକ୍ଷ ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ଗୋଲ୍ କରିବା ସହ ଅଷ୍ଟ୍ରିୟା ବିପକ୍ଷରେ ଆଉ ୨ଟି ଗୋଲ କରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ସେ ପ୍ରଥମେ (ଦଶମ ମିନିଟ୍) ଏକ ପେନାଲ୍ଟି ହାତଛଡ଼ା କରିଥିଲେ । ମାତ୍ର ୩୮ତମ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇ ସେ କ୍ଲୋଜଙ୍କ ରେକର୍ଡ ଭାଙ୍ଗିଥିଲେ । ପୁନର୍ବାର ୯୦+୫ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇ ସେ ନିଜ ଗୋଲ୍ ସଂଖ୍ୟା ୧୮କୁ ବୃଦ୍ଧି କରିଥିଲେ ।

ସୂଚନାଯୋଗ୍ୟ, ମେସି ରେକର୍ଡ ଷଷ୍ଠ ବିଶ୍ୱକପ୍ ଖେଳୁଛନ୍ତି ଓ ୨ଟି ମ୍ୟାଚରେ ମୋଟ୍ ୫ଟି ଗୋଲ କରିସାରିଛନ୍ତି । ବିଶ୍ୱର ତୃତୀୟ ଖେଳାଳି ଭାବେ ମେସି କ୍ରମାନ୍ୱୟରେ ୬ଟି ବିଶ୍ୱକପ୍ ମ୍ୟାଚରେ ଗୋଲ୍ କରିବାରେ ରେକର୍ଡ କରିଛନ୍ତି । ତାଙ୍କ ଗୋଲ୍ ଅଭିଯାନ ଆରମ୍ଭ ହୋଇଥିଲା ୨୦୨୨ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ରାଉଣ୍ଡ-୧୬ ମ୍ୟାଚରୁ । ଉକ୍ତ ମ୍ୟାଚରେ ସେ ଗୋଟିଏ ଗୋଲ ଦେଇଥିଲେ । ଆର୍ଜେଣ୍ଟିନା ୨-୧ ଗୋଲ୍ରେ ବିଜୟ ହାସଲ କରିଥିଲା । ଏହାପରେ ସେ ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲ୍ରେ ଗୋଟିଏ ଗୋଲ୍ କରିଥିଲେ ଓ ଅନ୍ୟ ଏକ ଗୋଲ୍ ସହାୟତା କରିଥିଲେ । ପରବର୍ତ୍ତୀ କ୍ରୋଏସିଆ ବିପକ୍ଷ ସେମି ଫାଇନାଲରେ ସେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଫ୍ରାନ୍ସ ବିପକ୍ଷ ଫାଇନାଲରେ ସେ ୨ଟି ଗୋଲ୍ ଦେଇଥିଲେ । ଚଳିତ ବିଶ୍ୱକପ୍ରେ ସେ କ୍ରମାନ୍ୱୟରେ ୨ଟି ମ୍ୟାଚରେ ଗୋଲ୍ କରିଛନ୍ତି । ମେସିଙ୍କ ପୂର୍ବରୁ ୧୯୫୮ ବିଶ୍ୱକପରେ ଫ୍ରାନ୍ସର ଜଷ୍ଟ ଫଣ୍ଟେନ ଓ ୧୯୭୦ ବିଶ୍ୱକପରେ ଜର୍ଜିନୋ କ୍ରମାନ୍ୱୟରେ ୬ଟି ମ୍ୟାଚରେ ଗୋଲ୍ କରିଥିଲେ । ଫଣ୍ଟେନ ଉକ୍ତ ବିଶ୍ୱକପ୍ରେ ମୋଟ ୧୩ଟି ଗୋଲ୍ କରିଥିଲେ ।

ସବୁ ଆଲୋଚକଙ୍କୁ ଭୁଲ ପ୍ରମାଣିତ କରି ଲିଓନେଲ ମେସି ଚଳିତ ବିଶ୍ୱକପରେ ରେକର୍ଡ ପରେ ରେକର୍ଡ ଭଙ୍ଗ କରି ଚାଲିଛନ୍ତି । ଷଷ୍ଠ ବିଶ୍ୱକପ୍ ଖେଳୁଥିବା ମେସି ଆଉ ମାତ୍ର ୨ ଦିନ ପରେ ୩୯ ବର୍ଷରେ ପଦାର୍ପଣ କରିବେ । ଯେଉଁ ବୟସରେ ଖେଳାଳିମାନେ ଫିଟ୍ନେସ୍ ହରାଇ ଅବସର ଜୀବନ କଟାନ୍ତି ସେହି ବୟସରେ ସେ ଯୁବ ଖେଳାଳିଙ୍କ ଭଳି ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବିଶ୍ୱକପରେ ସର୍ବାଧିକ ମ୍ୟାଚ ଖେଳିବା ସହ ମେସି ସର୍ବାଧିକ ଗୋଲ୍ ସ୍କୋରର ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଜର୍ମାନୀର ମିରୋସ୍ଲାଭ କ୍ଲୋଜଙ୍କ ନାମରେ ୨୦୧୪ରୁ ରହିଥିବା ସର୍ବାଧିକ ବିଶ୍ୱକପ୍ ଗୋଲ୍ ରେକର୍ଡ (୧୬ ଗୋଲ୍) ଭାଙ୍ଗିବା ସହ ସେ ମୋଟ୍ ୧୮ଟି ଗୋଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରିୟା ବିପକ୍ଷ ଗ୍ରୁପ୍-ଜେ’ର ଏକ ମ୍ୟାଚରେ ମେସି ଡବଲ ଗୋଲ୍ କରିବା ଫଳରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରି ନକ୍ ଆଉଟ୍ରେ ସ୍ଥାନ ପକ୍କା କରିଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button