ଖୋର୍ଦ୍ଧା ୧୨।୨: ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ବିକାଶ ନଗରର ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଏ ନେଇ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମ୍ ଚଢଉ କରିଥିଲା । ଚଢାଉ ବେଳେ କିଙ୍ଗ୍ପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।
ଗତ କିଛିଦିନ ଧରି ଏହି ଅଞ୍ଚଳରେ ଥିବା ଭଡ଼ାଘରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ୍ ସ୍କ୍ବାଡ୍ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ବରେ ଟିମ୍ ଚଢ଼ାଉ କରିଥିଲେ ।
ସୌଜନ୍ୟ Prameya News7
