ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଜନସମ୍ପର୍କ ପଦଯାତ୍ରା, ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ

ଭୁବନେଶ୍ୱର, ୧୪/୧୦ : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା । କିନ୍ତୁ ଡବଲ ଇଞ୍ଜିନ ସରକାର ପାଇଁ ଦଳର ବିକାଶ ହେଉଛି ମୁଖ୍ୟ ଏଜେଣ୍ଡା । ଏ ସରକାର ଅମଳରେ ସମସ୍ତେ ହଇରାଣ । ଚାଷୀଙ୍କ ଠାରୁ ନେଇ ମହିଳା, ଗରିବ-ମଧ୍ୟବିତ୍ତ, ବୁଢା ବୁଢ଼ୀ ସମସ୍ତେ ହଇରାଣ । Gen Zଙ୍କ ଭବିଷ୍ୟତ ଅନ୍ଧାର । ଅତ୍ୟାବଶକ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି କିନ୍ତୁ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ତେଣୁ ଲୋକଙ୍କ ସହ ରହି ସରକାରଙ୍କ ମୁଖା ଖୋଲିବାକୁ ନବୀନ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।
ଚାଷୀଙ୍କ ସମସ୍ୟାରେ ଏକ ନମ୍ବର ଥିଲା ଓଡ଼ିଶା । ଖଣି ଦୁର୍ନୀତିରେ ଏକ ନମ୍ବର ଥିଲା ଓଡ଼ିଶା । ନାରୀ ନିର୍ଯାତନା ଓ ଶିଶୁ ମୃତ୍ୟୁହାରରେ ଏକ ନମ୍ବର ଥିଲା ଓଡ଼ିଶା । ବିଭିନ୍ନ ଘଟଣାର ତଦନ୍ତକୁ ଚାପିବାରେ ଏବଂ ବାଟବଣା କରିବାରେ ଏକ ନମ୍ବର ଥିଲା ଓଡ଼ିଶା । ବିଜେଡି ସମୟରେ ଓଡ଼ିଶାର ଅର୍ଥନୀତି ତଳକୁ ଖସୁଥିଲା । ବିଜେପି ଏକ ନମ୍ବର ଦଳ ହୋଇଥିବାରୁ ଆଜି ପୂର୍ଣ୍ଣ ବହୁମତ ସହ ଓଡ଼ିଶାବାସୀଙ୍କ ସେବା କରୁଛି । ୨୧ଟି ଲୋକସଭା ଆସନରୁ ବିଜେପି ୨୦୨୪ ନିର୍ବାଚନରେ ୨୦ଟି ଆସନ ଜିତିଛି । ବିଜେଡି ଏକ ନମ୍ବରରେ ଥିଲା କିନ୍ତୁ କାହିଁକି ପ୍ରତ୍ୟାକ୍ଷିତ ହେଲା ତାର ସମୀକ୍ଷା କରନ୍ତୁ ନବୀନ । ସମୀକ୍ଷା ନକରି ନବୀନ ବାଚାଳାମି କରିବା ଏବଂ ଏଭଳି ମନ୍ତବ୍ୟ ଦେବ ଠିକ ନୁହେଁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।
ସୌଜନ୍ୟ ପ୍ରମେୟ




