ରାଜ୍ୟ

Mining loot : ଖୋର୍ଧାରେ ମହାପ୍ରଭୁଙ୍କ ଖଣି ଲୁଟ୍‌, ଥାନାରେ ଅଭିଯୋଗ ସତ୍ତ୍ଵେ ହେଉନି କାର୍ଯ୍ୟାନୁଷ୍ଠାନ

ପୁରୀ, ୧୪/୧୦ : ଖୋର୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ବିଭିନ୍ନ ପଥର ଖାଦାନରୁ ଲୁଟ୍‌ ହେଉଛି । ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ା, କାଇପଦର, ନିଜିଗଡ଼ତାପଙ୍ଗ, ଡଙ୍ଗରପଦା, ଛତ୍ରମା ଓ ଝିଙ୍କିଝାରୀ ଆଦି ସ୍ଥାନରେ ଥିବା ପାଖାପାଖି ୫୦ ପଥର ଖାଦାନରୁ ପଥର ଓ ମୋରମ ଲୁଟ୍‌ ହେଉଛି । ଖୋରଧା ଜିଲ୍ଲା ପ୍ରଶାସନ ଓ ଥାନାରେ ଏନେଇ ଲିଖିତ ଅଭିଯୋଗ ସତ୍ତ୍ଵେ କାର୍ଯ୍ୟାନୁଷ୍ଠାନ ହେଉନି । ପ୍ରଶାସନ ନିରବ ରହିବା ଦ୍ୱାରା ଲୁଟେରା ସାହସ ପାଉଛନ୍ତି । ତେଣୁ ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ଲୁଟେରାଙ୍କ କବ୍‌ଜାରୁ ମହାପ୍ରଭୁଙ୍କ ସଂପତ୍ତି ରକ୍ଷା କରିବାକୁ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର, ସଂଗଠକ ଡକ୍ଟର କାର୍ତ୍ତିକ କୁମାର ଦାସ ପ୍ରମୁଖ ନିବେଦନ କରିଛନ୍ତି ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସବୁ ପଥର ଖାଦାନ ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ନିଲାମ ଦେଇନାହିଁ । କିନ୍ତୁ ବର୍ଷ ବର୍ଷ ଧରି ପ୍ରତିଦିନ ଶହ ଶହ ଟ୍ରିପ ପଥର ରାଜଧାନୀ ଭୁବନେଶ୍ୱର ଏବଂ ଏହା ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ ହେଉଛି । ଏହି ପଥର ଓ ମୋରମ ଚୋରା କାରବାରରେ ଲିପ୍ତ ମାଫିଆଙ୍କ ନାଁରେ ଅନେକ ସମୟରେ ଏତଲା ଦିଆଯାଇଛି । ହେଲେ ସ୍ଥାନୀୟ ପୋଲିସ ମାମଲା ରୁଜୁ ନ କରି ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି । ୨୦୧୮ ମସିହାରେ ଏସଟିଏଫ୍‌ର ଚଢ଼ଉ ଯୋଗୁଁ ବେଆଇନ କାରବାର ପରବର୍ତ୍ତୀ ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା । କିନ୍ତୁ ପୁନର୍ବାର ଖଣି ମାଫିଆଙ୍କ ଲୁଟ୍‌ତରାଜ ଚାଲିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button