Accident 2 Death ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ବାଇକ୍କୁ ଧକ୍କାଦେଲା ଭ୍ୟାନ୍, ଚାଲିଗଲା କାକା-ପୁତୁରାଙ୍କ ଜୀବନ
ଏକ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍ରେ ଥିବା ବିନିକା ବ୍ଲକ୍ ଚରଦା ଗ୍ରାମର ଭଜନ ବାଗ ଓ ତାଙ୍କ Nephew ପାର୍ଥ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଡୁଙ୍ଗୁରିପାଲି/ଡୁଡୁକା: ସୁବର୍ଣ୍ଣପୁରଜିଲ୍ଲା ଚେରୁପାଲି-ସାଲେଭଟା ଅଙ୍ଗନଦୀ ପୋଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍ରେ ଥିବା ବିନିକା ବ୍ଲକ୍ ଚରଦା ଗ୍ରାମର ଭଜନ ବାଗ ଓ ତାଙ୍କ ପୁତୁରା ପାର୍ଥ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଭଜନଙ୍କ ଝିଆରୀଙ୍କ ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
ଉଭୟ ଗାଡ଼ି ସହ ମୃତଦେହ ଜବତ
ସୂଚନା ଅନୁସାରେ, ପାର୍ଥ ଓ ଭଜନ ଏକ ବାଇକ୍ (ଓଡି ୦୩ପି-୪୩୫୫) ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ଯାଉଥିବା ଗାଜର ବୋଝେଇ ପିକ୍ଅପ୍ (ଓଡି ୦୩ ଡବ୍ଲୁ-୩୯୪୧) ଭ୍ୟାନ୍ଟି ସେମାନଙ୍କୁ ଉକ୍ତ ପୋଲ ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ଭଜନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବଡ଼ ଡାକ୍ତରଖାନା ନିଆଯାଉଥିଲା। ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଖବରପାଇ ଡୁଙ୍ଗୁରିପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ସହ ମୃତଦେହ ଜବତ କରିଥିଲା।
ସୌଜନ୍ୟ ସମ୍ବାଦ




