ଭୁବନେଶ୍ୱର: ଜବରଦଖଲର ଭୂସ୍ବର୍ଗ ପାଲଟିଛି ରାଜଧାନୀ। ଯିଏ ଯେଉଁଠି ପାରୁଛି, ସରକାରୀ ଜାଗା ମାଡ଼ି ବସୁଛି। ଜବରଦଖଲର ଦିନ କେଇଟା ଭିତରେ ଝାଟିମାଟି ଘର କଂକ୍ରିଟ୍ହୋଇଯାଉଛି। ଯେହେତୁ ଜବରଦଖଲ ସହଜ ହୋଇଯାଇଛି, ସ୍ବଚ୍ଛଳ ବର୍ଗ ବି ଏହା ପଛରେ ଦୌଡ଼ିଛନ୍ତି। ଘର କରି ଭଡ଼ାରେ ଲଗାଉଛନ୍ତି। ଚଳିତବର୍ଷର ଜବରଦଖଲ ଉଚ୍ଛେଦରୁ ଏହା ସ୍ପଷ୍ଟ ହୋଇଛି। ଏକଥା ସତ ଯେ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ସାରା ରାଜ୍ୟରୁ ଏଭଳି ଜବରଦଖଲ ଉଚ୍ଛେଦକୁ ଜୋରଦାର କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

