ମଝି ଦରିଆରୁ କୁଆଡେ ଗଲେ ନାବିକ ସାର୍ଥକ? ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକମିଶନର

ପୁଅକୁ ନ ପାଇ ନିରାଶ ହୋଇ ଓଡିଶା ଫେରିଲେ ସାର୍ଥକ ମାଆ ଓ ମାମୁ । ଗତ ଦୁଇ ଦିନ ତଳେ ନିଖୋଜ ନାବିକ ପୁଅକୁ ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ ପରିବାର ଲୋକ । କିନ୍ତୁ ସ୍ୱାର୍ଥକ ଙ୍କ ପତା ମିଳିଲା ନାହିଁ ।

ଭୁବନେଶ୍ୱର ୧୭/୦୨: ମଝି ଦରିଆରୁ କୁଆଡେ ଗାୟବ ହେଲେ ନାବିକ ପୁଅ? ସାର୍ଥକକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ । ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା ।

ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ।ହେଲେ ସାର୍ଥକଙ୍କ ପତ୍ତା ମିଳିନାହିଁ। ପୁଅକୁ ନ ପାଇ ନିରାଶ ହୋଇ ଓଡିଶା ଫେରିଛନ୍ତି ସାର୍ଥକ ମାଆ ଓ ମାମୁ । ସେପଟେ ପୁଅର ପତ୍ତା ନମିଳିବାରୁ ଭାରତୀୟ ହାଇ କମିଶନଙ୍କୁ ଭେଟିଛନ୍ତି ପରିବାର । ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ତେବ ହାଇକମିଶନର ବି ମାଆ ଓ ମାମୁୁଁଙ୍କୁ ଆଶ୍ୱସନା ଦେଇଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ହାଇକମିଶନ ଅଫିସରୁ ସୂଚନା ମିଳିଛି ।

ସୂଚନା ଥାଉକି, ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା ରହସ୍ୟ ହେବାରେ ଲାଗିଛି । ଅଭିଯୋଗ ଆସିଛି ଯେ କେବଳ ସାର୍ଥକ ନୁହନ୍ତି, ‘ନିଉ ଜର୍ସି’ ଜାହାଜରୁ ଆହୁରି ଅନେକ ନାବିକ ପୂର୍ବରୁ ଗାଏବ୍ ହୋଇଛନ୍ତି । ସାର୍ଥକ ଗାଏବ୍ ହେବାର ୧୫ ଦିନ ପୂର୍ବରୁ ଉକ୍ତ ଜାହାଜରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଖାଇବା ପାଇଁ କ୍ୟାଣ୍ଟିନ୍‌କୁ ଛଡ଼ା ଯାଉନଥିଲା । କ୍ୟାବିନ୍‌କୁ ଖାଦ୍ୟ ପଠାଯାଉଥିଲା । ସାର୍ଥକଙ୍କ ସନ୍ଧାନରେ ଯାଇଥିବା ପରିବାର ଲୋକଙ୍କୁ ସିପିଂ କମ୍ପାନୀ ‘ଆଙ୍ଗେ୍ଲା-ଇଷ୍ଟର୍ଣ୍ଣ’ କର୍ତ୍ତୃପକ୍ଷ ଆଦୌ ସହଯୋଗ କରୁନାହାନ୍ତି ।

ତାଙ୍କ ମାମୁ ସନ୍ତୋଷ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗରେ ସିପିଂ ସଂସ୍ଥାର ଏକ କାର୍ଯ୍ୟାଳୟ ଅଛି । ସେଠାରୁ ଏସ୍ ଦାସଗୁପ୍ତା ନାମକ ଜଣେ ଅଧିକାରୀ ଆମ ସହ ସିଙ୍ଗାପୁର ଆସିଛନ୍ତି । ସେ ଆମକୁ ଆଦୌ ସହଯୋଗ କରୁନାହାନ୍ତି । ସିପିଂ ସଂସ୍ଥା ଅଧିକାରୀଙ୍କୁ ଆମକୁ ମାତ୍ର ୨ ଘଣ୍ଟା ପାଇଁ ଜାହାଜରେ ଚଢ଼ିବାକୁ ଅନୁମତି ଦେଲେ । କେବଳ ସାର୍ଥକଙ୍କ କ୍ୟାବିନ୍ ଭିତରକୁ ନେଇଗଲେ । କ୍ୟାବିନ୍ରୁ ସାର୍ଥକର କିଛି ସାମଗ୍ରୀ ଗାଏବ୍ ଥିଲା । ସିସି କ୍ୟାମେରା ଫୁଟେଜ୍ ଅନୁସାରେ ସାର୍ଥକ ଘଟଣାଦିନ ଜାହାଜର ଯେଉଁ ଡେକ୍ ଏରିଆକୁ ଯାଇ ଗାଏବ୍ ହୋଇଯାଇଥିଲା ।

ସେଠାକୁ ଯିବାବେଳେ ଆମକୁ ବାରଣ କରାଗଲା । ଆମେ ନେହୁରା ହେବାରୁ ସିପିଂ ସଂସ୍ଥା ଅଧିକାରୀ ଆମକୁ ଧମକ ଦେଲେ । କହିଲେ, ଯଦି ଏମିତି ଜବରଦସ୍ତି କରିବେ । ଆମେ ଜାହାଜରୁ ଓହ୍ଲାଇଦେବୁ ।ସାର୍ଥକଙ୍କ ମା’ ରଶ୍ମିତା ଅଭିଯୋଗ କରିଛନ୍ତି ଯେ ଜାହାଜର ଆଇନଜୀବୀମାନେ ଆମ କଥା ଆଦୌ ଶୁଣୁନାହାନ୍ତି । ସେପଟେ ପୁଅକୁ ୧୫ ଦିନ ଧରି ଖାଇବା ପିଇବାରେ ହଇରାଣ କରାଯାଉଥିଲା । ଏହାର ଅର୍ଥ, ମୋ ପୁଅ ସହ ନିଶ୍ଚିତ ଭାବେ କିଛି ଅଘଟଣ ଘଟିଛି । ନଚେତ୍, ମଝି ଦରିଆରେ ଅନ୍ୟ ନାବିକମାନେ ତା’କୁ ନିର୍ଯାତନା ଦେଇଛନ୍ତି । ନିରପେକ୍ଷ ତଦନ୍ତ କଲେ, ସତ ସାମ୍ନାକୁ ଆସିବ ।

ସୌଜନ୍ୟ Prameya News7

Exit mobile version