ଜୀବନଚର୍ଯ୍ୟା

ମାଇଗ୍ରେନ୍‌ ବଢାଏ ହର୍‌ମୋନାଲ୍‌ ପରିବର୍ତ୍ତନ, ଜାଣନ୍ତୁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରନ୍ତି ମହିଳା

ପ୍ରାୟ ମହିଳା ହର୍ମୋନାଲ୍ ପରିବର୍ତ୍ତନ ଯୋଗୁ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହି କାରଣରୁ ମାଇଗ୍ରେନ୍ ମଧ୍ୟ ବଢିପାରେ ।

ମୁମ୍ଵାଇ ୦୩।୦୪; ପ୍ରାୟ ମହିଳା ହର୍ମୋନାଲ୍ ପରିବର୍ତ୍ତନ ଯୋଗୁ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହି କାରଣରୁ ମାଇଗ୍ରେନ୍ ମଧ୍ୟ ବଢିପାରେ । ଡାକ୍ତର କପିଲ ଖଣ୍ଡେଲୱାଲଙ୍କ ଅନୁସାରେ ମହିଳାଙ୍କଠାରେ ହର୍ମୋନାଲ୍ ପରିବର୍ତ୍ତନ ମାଇଗ୍ରେନକୁ ବଢାଇପାରେ । ଏହି କାରଣରୁ ମହିଳାମାନଙ୍କୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । ଡାକ୍ତର କପିଲଙ୍କ ମତରେ, ଜଣେ ନ୍ୟୁରୋଲୋଜିଷ୍ଟ ଭାବେ ପ୍ରାୟତଃ ଲକ୍ଷ୍ୟ କରିଛି ଯେ ମହିଳାଙ୍କଠାରେ ମାଇଗ୍ରେନ୍ ହର୍ମୋନାଲ୍ ପରିବର୍ତ୍ତନ ଏବଂ ଅତ୍ୟାଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଭିତରେ ତାଳମେଳ ନ ବସିବା ଯୋଗୁ ହୋଇଥାଏ ।

ପିରିୟଡ୍ସ, ଗର୍ଭାବସ୍ଥା ଓ ପେରିମେନୋପଜାଲ୍ ସମୟରେ ଏଷ୍ଟ୍ରୋଜେନ୍ ହର୍ମୋନ୍ ସ୍ତରରେ ଉତ୍ଥାନ-ପତ୍ତନ ଯୋଗୁ ମାଇଗ୍ରେନ୍ ହେବାର ଆଶଙ୍କା ବଢିଥାଏ । ସେହିପରି ଦୀର୍ଘ ସମୟ ସ୍କ୍ରିନ ରହିବା, ନିଦରେ ଅନିୟମିତତା, ଖାଦ୍ୟ ନ ଖାଇବା, ଜଳ ଶୁଷ୍କତା ଓ କର୍ମକ୍ଷେତ୍ରରେ ଚିନ୍ତା ଆଦି କାରଣ ମାଇଗ୍ରେନ୍ ସମସ୍ୟାକୁ ବଢାଇବାରେ ସହଯୋଗ କରିଥାଏ । ଆଜିକାଲି ଅଧିକାଂଶ ମହିଳାଙ୍କ ସମସ୍ୟା ପେସାଦାର ଦୁନିଆ ସହ ଜଡ଼ିତ ରହିବା ଯେପରିକି ଡିଜିଟାଲ୍ ଡିଭାଇସ୍ରେ ଅଧିକ ସମୟ ବିତାଇବା ଦ୍ୱାରା ଏହା ଟ୍ରିଗର୍ ହେବା ସାଧାରଣ ସମସ୍ୟା ହୋଇପଡିଲାଣି । ଡାକ୍ତରଙ୍କ ମତରେ ମାଇଗ୍ରେନ୍ ମୁଖ୍ୟତଃ ହର୍ମୋନ୍ ଓ ଜୀବନଶୈଳୀଜନିତ ଫ୍ୟାକ୍ଟରସ୍ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାକୁ ଦର୍ଶାଇଥାଏ । ତେଣୁ ନିୟମିତ ଜୀବନର ଅଭ୍ୟାସକୁ ନିୟନ୍ତ୍ରଣ କରିବା ମେଡିକାଲ ଚିକିତ୍ସା ପରି ଜରୁରି । ଆରମ୍ଭରୁ ଲକ୍ଷଣକୁ ଚିହ୍ନଟ କରିବା ଜରୁରି ।

ନିୟମିତ ନିଦ ଓ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସେହିପରି ସ୍କ୍ରିନ୍ ସମୟ ଓ ଚିନ୍ତାକୁ ନିୟନ୍ତ୍ରଣ କରିବା ଦ୍ୱାରା ମାଇଗ୍ରେନ୍ର ସମସ୍ୟାକୁ ବହୁ ମାତ୍ରାରେ ନିୟନ୍ତ୍ରିତ କରିପାରିବ । ଚିହ୍ନଟ ସହ ଡାକ୍ତର ପରାମର୍ଶ ନେବା ଆବଶ୍ୟକ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ଗବେଷଣା ଅନୁସାରେ ମାଇଗ୍ରେନ୍ ପ୍ରାୟତଃ ପିରିୟଡ୍ସ, ଗର୍ଭଧାରଣ ଓ ମେନୋପଜ୍ ସମୟରେ ଏଷ୍ଟ୍ରୋଜେନ୍ ସ୍ତର ଉତ୍ଥାନ୍-ପତ୍ତନ ଦ୍ୱାରା ପ୍ରଭାବିତ ହୁଏ । ଡାକ୍ତରଙ୍କ ମତାନୁସାରେ ମାଇଗ୍ରେନ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀରେ ସୁଧାର ଆଣିବା ଜରୁରୀ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button