ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, କନ୍ୟା ବିବାହରେ ରହିବନି କୌଣସି ସମସ୍ୟା

ଭୁବନେଶ୍ୱର ୦୩।୦୨ : ଝିଅ ବିବାହରେ ଆଉ ରହିବନି ସମସ୍ୟା । ଆର୍ଥିକ ସହାୟତା ଯୋଗାଇଦେବେ ରାଜ୍ୟ ସରକାର । କନ୍ୟା ବିବାହ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘X’ରେ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ”ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ କରୁଛନ୍ତି। ଖାସ୍ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହରେ ଯେପରି କୌଣସି ସମସ୍ୟା ରହିବ ନାହିଁ । ସେଥିପାଇଁ ଏହି ଯୋଜନା ଜରିଆରେ ଆର୍ଥିକ ସହାୟତାର ଦିଆଯିବ । ଝିଅ ବିବାହରେ ଏହି ଯୋଜନା ଏକ ସୁଦୃଢ଼ ମାଧ୍ୟମ ସାଜିବ।

ସୌଜନ୍ୟ Prameya News7

Exit mobile version