ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ ବସନ୍ତ ସେଠୀଙ୍କୁ ଗୁରାଣ୍ଡି ଥାନାକୁ ବଦଳି ହୋଇଛି। ପାତ୍ର ଗଞ୍ଜାମ ଜିଲା ଖଲିକୋଟ, କୋଦଳା, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, ବଡ଼ଗଡ଼ ଅଞ୍ଚଳରେ କାର୍ଯ୍ୟ କରଛନ୍ତି। ସେ ଗତ ଏକ ବର୍ଷ ତଳେ ଗଜପତି ଜିଲାର ଗୁରାଣ୍ଡି ଥାନାକୁ ବଦଳି ହୋଇ ଆସିଥିଲେ। ପାତ୍ର ଲୋକଙ୍କୁ ଉଚ଼ିତ ନ୍ୟାୟ ପ୍ରଦାନ କରି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ କାର୍ଯ୍ୟ କରିବେ ବୋଲି ଲୋକେ ଆଶା ରଖିଛନ୍ତି।
ସୌଜନ୍ୟ ଧରିତ୍ରୀ