ଯାତ୍ରୀଙ୍କ ପାଇଁ ରେଲଓ୍ବେ କରୁଛି ବଡ଼ ବ୍ୟବସ୍ଥା, ଗୋଟିଏ ସ୍ଥାନରେ ମିଳିବ ସବୁ ସୁବିଧା

ଏହାଦ୍ବାରା ଭିଡ଼ ସମୟରେ ଲୋକଙ୍କ ଗମନାଗମନ ଠିକ ଭାବରେ ପରିଚାଳନା ହୋଇପାରିବ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ଖବର। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ କରାଯାଉଛି ବଡ଼ ସୁବିଧା। ରେଳ ମନ୍ତ୍ରଣାଳୟ ଦେଶର ୭୬ ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଏଡ଼ାଇବା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଥିବା ସ୍ବତନ୍ତ୍ର ହୋଲ୍ଡିଂ ଏରିଆ ପ୍ରସ୍ତୁତ କରିବାକୁ ବଡ଼ ଯୋଜନା ଆରମ୍ଭ କରିଛି।

ଏହି ଅତ୍ୟାଧୁନିକ ସୁବିଧା ଥିବା ହୋଲ୍ଡିଂ ଏରିଆରେ ଯାତ୍ରୀମାନେ ଟ୍ରେନ ପାଇଁ ଅପେକ୍ଷା କରିପାରିବେ। ଏଠାରେ ଯାତ୍ରୀଙ୍କୁ ବସିବା ପାଇଁ ସୁବ୍ୟବସ୍ଥିତ ଏବଂ ଆରାମଦାୟକ ସ୍ଥାନ, ପାନୀୟ ଜଳ, ଶୌଚାଳାୟ, ଟିକେଟ ସୁବିଧା, ସୂଚନା ଜାଣିବା ପାଇଁ ଡିସପ୍ଲେ ବୋର୍ଡ ଏବଂ ସୁରକ୍ଷା ଯାଞ୍ଚ ଭଳି ଆବଶ୍ୟକୀୟ ସୁବିଧା ରହିବ। ଏହାଦ୍ବାରା ଭିଡ଼ ସମୟରେ ଲୋକଙ୍କ ଗମନାଗମନ ଠିକ ଭାବରେ ପରିଚାଳନା ହୋଇପାରିବ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣ ଶୁକ୍ରବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ପୂର୍ବରୁ ଆରମ୍ଭ ହୋଇସାରିଛି

ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ମଡେଲ ହୋଲ୍ଡିଂ ଏରିଆ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି। ଫଳରେ ଏଠାରେ ଭିଡ଼କୁ ଅନେକାଂଶରେ ହ୍ରାସ କାରଯାଇପାରିଛି। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଅତିରିକ୍ତ ଟିକେଟ କାଉଣ୍ଟର, ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ, ପବ୍ଲିକ ଆଡ୍ରେସ ସିଷ୍ଟ ଏବଂ ଇଲେକ୍ଟ୍ରୋନିକ୍ ଟ୍ରେନ ସୂଚନା ବୋର୍ଡ ରହିଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ଆରମ ସୁନିଶ୍ଚିତ କରିବା ପାଇଁ ଏହି ହୋଲ୍ଡିଂ ଏରିଆରେ ସିସିଟିଭି ଦ୍ବାରା ନିରୀକ୍ଷଣ, ବ୍ୟାଗେଜ ସ୍କାନର, ଡୋର ଫ୍ରେମ ମେଟାଲ ଡିଟେକ୍ଟର, ହାଇସ୍ପିଡ ପଙ୍ଖା ପୁରୁଷ, ମହିଳା ତଥା ଦିବ୍ୟାଙ୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ଇତ୍ୟାଦି ରହିଛି।

 

 

 

 

ସୌଜନ୍ୟ Prameya News7

Exit mobile version