ଜାତୀୟ

ଯାହାକୁ ଟ୍ରେନିଂ ଦେବୁ ସେ ଆମ ଚାକିରି ନେବ, କର୍ମଚାରୀଙ୍କ ପ୍ରତି ମେଟାର ଗୁଇନ୍ଦା ମନିଟରିଂ ନେଇ ଇଣ୍ଟରନେଟ୍‌ କରୁଛି ପ୍ରଶ୍ନ

Meta will tracking employee: ଏଆଇ ଆସିବା ପରେ ଲୋକଙ୍କ ଚାକିର ଚାଲିଯାଉଛି। ରାତିରେ ଶୋଇ ସକାଳୁ ଉଠିଲା ବେଳକୁ ଜୀବିକା ହରାଉଛନ୍ତି କର୍ମଚାରୀ। ଆଉ ବର୍ତ୍ତମାନର ମହଙ୍ଗା ଯୁଗରେ ଜୀବିକା ଯିବା ଯେ କେତେ କଷ୍ଟ, ତାହା ଅନୁଭବ ନକଲେ ବି ବୁଝି ହେବ।

ହେଲେ ବେଳେ ବେଳେ ସମୟ ଆଣି ଏମିତି ଜାଗାରେ ଛିଡ଼ା କରେ ଯେ ମଣିଷକୁ ଜାଣିଶୁଣି ହାଣ ମୁହଁରେ ବେକ ଦେଖାଇବାକୁ ପଡ଼େ। ମେଟାର କର୍ମଚାରୀମାନେ ବର୍ତ୍ତମାନ ଏହିଭଳି ଏକ ପରିସ୍ଥିତିରେ ଫସି ଯାଇଛନ୍ତି। ଏମାନେ ବର୍ତ୍ତମାନ ଏଆଇକୁ ଟ୍ରେଣ୍ଡ କରୁଛନ୍ତି। ଆଉ ଏହି ଆଇ ଟ୍ରେଣ୍ଡ୍ ହେଇଯିବା ପରେ କର୍ମଚାରୀଙ୍କ ଚାକିରି ଖାଇପାରେ। କମ୍ପାନୀ କର୍ମଚାରୀଙ୍କୁ ବିଦା କରି ଦେଇପାରେ। ଏହି ନିଷ୍ଠୁର ସତ ଜାଣି ବି କର୍ମଚାରୀମାନଙ୍କୁ ଏଆଇକୁ ଟ୍ରେଣ୍ଡ କରିବାକୁ ପଡ଼ୁଛି। କାରଣ ଏହା କମ୍ପାନୀର ହୁକୁମ।

ନିଜ ଗୋଡ଼ରେ ନିଜେ କୁରାଢି ମାରିବାକୁ ବାଧ୍ୟ କର୍ମଚାରୀ

ରୟଟର୍ସର ଏକ ରିପୋର୍ଟ ଅନୁସାରେ, ମେଟା ଏହାର ଷ୍ଟାଫ୍‌ମାନଙ୍କ କମ୍ପ୍ୟୁଟରରେ ଏଆଇ ଟ୍ରାକିଂ ସଫ୍ଟୱୟାର ଇନଷ୍ଟଲ କରିବ। ଏହା ଷ୍ଟାଫ୍ମାନଙ୍କର ମାଉସ୍ ମୁଭମେଣ୍ଟ ଓ କିଷ୍ଟ୍ରୋକ୍ସକୁ ଟ୍ରାକ୍ କରିବ। ଏହି ଡାଟାକୁ ଏଆଇ ଏଜେଣ୍ଟକୁ ଟ୍ରେଣ୍ଡ୍ କରିବାକୁ ବ୍ୟବହାର କରାଯିବ। ସବୁଠାରୁ ବଡ଼ କଥା ହେଲା କମ୍ପାନୀ ଏହା ସର୍ବ ସାଧାରଣରେ ଘୋଷଣା କରିଛି। କର୍ମଚାରୀମାନେ ଏଥିରେ ବାଧ୍ୟ ହେଇ ରାଜି ହୋଇଥିବେ ବୋଲି କୁହାଯାଉଛି। ଏହାକୁ ନିଜ ଚାକିରି କାଟିବାର କର୍ମଚାରୀଙ୍କର ଏକ ଖୋଲା ସ୍ୱୀକୃତି ଭାବରେ ଦେଖାଯାଉଛି।

ରିପୋର୍ଟ ଅନୁସାରେ, କମ୍ପାନୀ କର୍ମଚାରୀଙ୍କ ଉପରେ ନଜର ରଖିବା କାର୍ଯ୍ୟକୁ ଆଉ ଟିକେ କଡ଼ା କରିବ। ଏବଂ ମଡେଲ କାପାବିଲିଟି ଇନସିଏଟିଭ୍ ବ୍ୟବହାର କରି ଏକ ନିରୀକ୍ଷଣ ଉପକରଣ ବ୍ୟବହାର କରିବ କର୍ମଚାରୀଙ୍କ ସ୍କ୍ରିନଗୁଡ଼ିକୁ ରିୟଲ ଟାଇମ୍ରେ ରେକର୍ଡ କରିବ। ଏହା ବାଦ କମ୍ପାନୀ ଏହାର “AI for Work ” କାର୍ଯ୍ୟକ୍ରମ ମାଧ୍ୟମରେ ଇଣ୍ଟରନାଲ ଡାଟା ହାର୍ଭେଷ୍ଟିଂ(ଆଭ୍ୟନ୍ତରୀଣ ତଥ୍ୟ ସଂଗ୍ରହ) ପ୍ରୟାସକୁ ତୀବ୍ର କରୁଛି। ଯାହାକୁ କର୍ପୋରେଟ୍-ହେଭି ଟାଇଟଲ: ଏଜେଣ୍ଟ ଟ୍ରାନ୍ସଫର୍ମେଶନ୍ ଆକ୍ସିଲେରେଟର ସହିତ ରିବ୍ରାଣ୍ଡେଡ କରାଯାଇଛି।


ଏହିସବୁ ତଥ୍ୟକୁ କମ୍ପାନୀ ଏଆଇ ମଡେଲ୍କୁ ଟ୍ରେଣ୍ଡ କରିବାକୁ ବ୍ୟବହାର କରିବ। ଏବଂ କମ୍ପାନୀର କର୍ମଚାରୀଙ୍କ ସ୍ଥାନରେ କାମକୁ ଏଆଇ ମାଧ୍ୟମରେ ସ୍ୱୟଂଚାଳିତ କରିବାକୁ ପ୍ରୟାଶ କରିବ। ତେବେ ଏଥିରେ କର୍ମଚାରୀଙ୍କର ଗୋପନୀୟତାର ମଧ୍ୟ ଉଲ୍ଲଂଘନ ହେଉଛି। ତଥାପି ସେମାନେ ଏଥିରେ ରାଜି ହେବାକୁ ଏକପ୍ରକାର ବାଧ୍ୟ।

ଖବରକୁ ନେଇ ଲୋକଙ୍କ ପ୍ରତିକ୍ରିୟା

ଏହି ଖବର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଏ ନେଇ ଜଣେ ଯୁଜର ଲେଖିଛନ୍ତି ଯେ ସେମାନେ(ମେଟା) ଚାହୁଁଛନ୍ତି ଯେ କର୍ମଚାରୀମାନେ ଏଆଇ ମଡେଲକୁ ଟ୍ରେଣ୍ଡ୍ କରାନ୍ତୁ ଓ ପରେ ତାଙ୍କର ଚାକିରି ଯାଉ। ସେହିପରି ଆଉ ଜଣେ କହିଛନ୍ତି ଯେ ବିନା କାରଣରେ ବ୍ୟକ୍ତିଗତ ତଥ୍ୟ ଉପରେ ଆଟାକ୍ କରାଯାଉଛି, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ମେଟାର କର୍ମଚାରୀମାନେ ସମସ୍ତ ତୁରନ୍ତ ଚାକିରି ଛାଡ଼ି ଦେବା ଉଚିତ ବୋଲି ଆଉ ଜଣେ ୟୁଜର ପରାମର୍ଶ ଦେଇଛନ୍ତି।

ସୌଜନ୍ୟ Prameya News7

Show More
Back to top button