ଦେଶ ବିଦେଶ

Student Attack: ଛାତ୍ରୀଙ୍କୁ ଚେନ୍‌ସ’ରେ ଆକ୍ରମଣ ଘଟଣା: ଗିରଫଦାରୀକୁ ପ୍ରତିରୋଧ କରିବା ସମୟରେ ଅଭିଯୁକ୍ତକୁ ଗୁଳିମାଡ଼

Student Attack: ଛାତ୍ରୀଙ୍କୁ ଚେନ୍‌ସ’ରେ ଆକ୍ରମଣ ଘଟଣା: ଗିରଫଦାରୀକୁ ପ୍ରତିରୋଧ କରିବା ସମୟରେ ଅଭିଯୁକ୍ତକୁ ଗୁଳିମାଡ଼

ଅମରାବତୀ:ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଦୁଇ ଜଣ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଚେନ୍‌ସ’ରେ ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଯାଇ ପୁଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ ଗୁରୁତର ଆହତ ଯୁବକଙ୍କୁ ପୁଲିସ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ହେମନ୍ତ ଅକ୍ଟୋବର ୩୧ ତାରିଖରେ ରାପ୍ତାଡୁ ସରକାରୀ ସ୍କୁଲର ଶ୍ରେଣୀଗୃହରେ ପଶି ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଚେନ୍‌ସ’ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜଣେ ଛାତ୍ରୀଙ୍କ ଡାହାଣ ହାତ କଟିଯାଇଥିବା ବେଳେ ତାଙ୍କ ଶରୀରରେ ଗଭୀର କ୍ଷତ ଓ ହାଡ଼ ଭାଙ୍ଗିଛି। ଅନ୍ୟ ଜଣେ ଛାତ୍ରୀ ସାଙ୍ଗକୁ ବଞ୍ଚାଇବାକୁ ଯାଇ ଆହତ ହୋଇଛନ୍ତି।

ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି
ଘଟଣା ପରେ ଫେରାର ହେମନ୍ତ ଆତ୍ମକୁର ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଖବର ପାଇ ପୁଲିସ ଦଳ ଖୋଜାଖୋଜି ଆରମ୍ଭ କରିଥିଲେ। ହେମନ୍ତକୁ ଧରିବାକୁ ଯିବା ସମୟରେ ସେ ପୁଲିସକୁ ଆକ୍ରମଣ କରିଥିଲା। ପୁଲିସ ଅଭିଯୁକ୍ତ ଉପରେ ପ୍ରାୟ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ହେମନ୍ତ ଆହତ ହୋଇଥିଲା। ଗୁରୁତର ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ନିଆଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button