ରକ୍ଷା ବନ୍ଧନ ବିଜ୍ଞାପନ ଭିଡିଓ, କ୍ରିତି-କଙ୍ଗନାଙ୍କ ଇନଷ୍ଟାଗ୍ରାମ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଏଣ୍ଟ୍ରି..

ନୂଆଦିଲ୍ଲୀ : ଏବେ ବେଶ ଚର୍ଚ୍ଚାରେ ରହିଛି ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କ ରକ୍ଷା ବନ୍ଧନକୁ ନେଇ ଥିବା ବିଜ୍ଞାପନ ବିବାଦୀୟ ଭିଡିଓ।
ବିଜ୍ଞାପନରେ ପିନ୍ଧିଥିବା ପୋଷାକ ପାଇଁ ଅଭିନେତ୍ରୀଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଛି। ବିବାଦକୁ ଦୃଷ୍ଟିରେ ରଖି, କମ୍ପାନୀ ଏବେ ବିଜ୍ଞାପନଟିକୁ ହଟାଇ ଦେଇଛି। ସୋସିଆଲ ମିଡିଆରେ ପ୍ରକାଶିତ ହେବା ପରଠାରୁ ବିଜ୍ଞାପନଟି ବିବାଦରେ ଫସି ରହିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିଜେପିର ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କ ମଧ୍ୟରେ ଏହାକୁ ନେଇ ବାକ୍ ବିନିମୟ ମଧ୍ୟ ହୋଇଛି। କମ୍ପାନୀ ବିଜ୍ଞାପନଟିକୁ ହଟାଇ ଦେଇଛି।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର (୨୫ ଅଗଷ୍ଟ) ଅଭିନେତ୍ରୀ କ୍ରିତି ସାନନଙ୍କୁ ସମର୍ଥନ କରିଥିଲେ। ରକ୍ଷା ବନ୍ଧନ ଅଳଙ୍କାର ବିଜ୍ଞାପନରେ କ୍ରିତିଙ୍କ ପୋଷାକ ପାଇଁ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଘଟଣା ଉପରେ ମନ୍ତବ୍ୟ ଦେଇଥିଲେ। ଏହା ପରେ ରାହୁଲ ଗାନ୍ଧୀ କ୍ରିତିଙ୍କୁ ସମର୍ଥନ କରି କହିଥିଲେ ଯେ ଜଣେ ମହିଳା କ’ଣ ପିନ୍ଧନ୍ତି, ସେ କ’ଣ କରନ୍ତି ଏବଂ ସେ କେଉଁଠିକୁ ଯାଆନ୍ତି ତାହା ତାଙ୍କ ନିଜସ୍ୱ ନିଷ୍ପତ୍ତି।
ସୌଜନ୍ୟ ସମାଜ




