ଜିଲ୍ଲା

ମହଙ୍ଗା ମାଡ଼ରେ ଥରୁଛି ଓଡ଼ିଶା: କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାର ଗରିବ, ସ୍ୱଳ୍ପ ଆୟକାରୀବର୍ଗ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଦରଦାମ ବୃଦ୍ଧି ବଡ଼ ଚିନ୍ତାର କାରଣ ପାଲଟିଛି। ଲୋକଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ପଇସା ନାହିଁ। କିନ୍ତୁ ପିଆଜ କିଲୋ ୬୫ ଟଙ୍କା, ଚିନି କିଲୋ ୭୫ଟଙ୍କା ଓ ପନିପରିବା ଦାମ କିଲୋ ପିଛା ୮୦ ଟଙ୍କାରୁ ୧୦୦ ଟଙ୍କା ହେଲାଣି। ଖାଇବା ତେଲଠାରୁ ଆରମ୍ଭ କରି ଔଷଧପତ୍ର ସବୁ କିଛିର ଦରଦାମ ବଢ଼ି ଚାଲିଛି। ଏହି ଦରଦାମ ବୃଦ୍ଧି ଯୋଗୁଁ ପ୍ରତ୍ୟେକ ପରିବାର ପାଇଁ ବୋଝ ଉପରେ ନଳିତା ବିଡ଼ା ପାଲଟିଛି ବୋଲି କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ ଯେ ଦେଶରେ ଚିନି ଉତ୍ପାଦନ ଆବଶ୍ୟକତାଠାରୁ ଢେର ଅଧିକ ହୋଇଥିଲା ବେଳେ ଏଭଳି ପରିସ୍ଥିତି କାହିଁକି ଉପୁଜିଛି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି, ଦେଶରେ ପ୍ରତିବର୍ଷ ୧୫୦ ଲକ୍ଷରୁ ୧୭୦ଲକ୍ଷ ଟନ୍ ପିଆଜ ଖାଇବା ପାଇଁ ଆବଶ୍ୟକତା ଥିଲା ବେଳେ ଦେଶରେ ୨୪୦ ଲକ୍ଷ ଟନ୍‌ରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ତଥାପି ପିଆଜ ଶସ୍ତା ହେବା ପରିବର୍ତ୍ତେ ଦର ଆକାଶଛୁଆଁ। ବେପାରୀମାନଙ୍କ ପ୍ରତି ସରକାରଙ୍କ ଥିବା ଦୁର୍ବଳତା ଓ ଅନୁକମ୍ପା ହେତୁ ଓଡ଼ିଶାର ଗରିବ ଓ ଶ୍ରମିକ ପରିବାର ଅଧିକ ପଇସା ଦେଇ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। କଂଗ୍ରେସ ନେତା ସୁଦର୍ଶନ ଦାସ କହିଥିଲେ ଯେ ରାଜ୍ୟରେ ଶତକଡ଼ା ୪୦ ପ୍ରତିଶତ ମିଠା ଦୋକାନ ରାଖି ପୂର୍ଣ୍ଣିମାରେ ବନ୍ଦ ହୋଇଯାଇଛି। ଭଉଣୀଟିଏ ଭାଇ ହାତରେ ରାଖି ବାନ୍ଧିବା ପାଇଁ ମିଠା କିଣିପାରିଲା ନାହିଁ। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତି ପାଇଁ ଏ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ସେ କହିଥିଲେ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button