ସୋନପୁର ୦୭।୦୫ : ରାସ୍ତାକଡ଼ରେ ଝୁଲୁଛି ଝୁଲନ୍ତା ମୃତଦେହ । ସୋନପୁର ଜିଲ୍ଲା ବିନିକା ଥାନା ଗୁଲୁଣ୍ଡା ସିଲାଟି ରାସ୍ତାର ଏକ ବରଗଛ ଡାଳର ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ସୋନପୁର ଜିଲ୍ଲା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ଝୁଲନ୍ତା ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ରାସ୍ତାକଡ଼ରେ ଯାଉଥିବା ଲୋକ ଦେଖି ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ ।ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସେହିପରି ବରଗଛ ମୂଳରେ ଗୋଟିଏ ବ୍ୟାଗ୍ ଏବଂ ଉଭୟଙ୍କ ଚପଲ ପଡିଛି । ପୋଲିସ ସମସ୍ତ ସାମଗ୍ରୀକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ।
ସୌଜନ୍ୟ Prameya News7

