ଜାତୀୟ

Diwali Bonus Rules : ଦୀପାବଳିରେ କମ୍ପାନୀ ବୋନସ୍ ଦେବାକୁ ବାଧ୍ୟ କି ନା ? ଜାଣନ୍ତୁ କ’ଣ କହୁଛି ଆଇନ…

ନୂଆଦିଲ୍ଲୀ, ୧୫/୧୦ : ଦୀପାବଳି ସମୟରେ ବୋନସ୍ ପାଇଁ ଅପେକ୍ଷା କରିଥାନ୍ତି ସବୁ କର୍ମଚାରୀ । କେଉଁଠି ଅତିରିକ୍ତ ଟଙ୍କା ମିଳେ ତ ଆଉ କେଉଁଠି ମିଠା ଓ ଗିପ୍ଟ ବକ୍ସରେ କାମ ଚଳେଇ ଦିଆଯାଏ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଦୀପାବଳିରେ ବୋନସ୍ ନେବା କର୍ମଚାରୀଙ୍କ ଅଧିକାର ? ଏନେଇ କଣ କହୁଛି ଆଇନ ? ଜାଣନ୍ତୁ…

ଭାରତର ଆଇନ ବ୍ୟବସ୍ଥାରେ ପେମେଣ୍ଟ ଅଫ ବୋନସ୍ ଆକ୍ଟ, ୧୯୬୫ ଅର୍ଥାତ୍ ବୋନସ ପ୍ରଦାନ ଆଇନ ରହିଛି । ଏହି ଆଇନ ଅନୁଯାୟୀ, ବୋନସ୍ ପାଇବାକୁ ଯୋଗ୍ୟ ଥିବା ପ୍ରାର୍ଥୀଙ୍କୁ ବାର୍ଷିକ ବୋନସ୍ ମିଳିବାର ବ୍ୟବସ୍ଥା ରହିଛି । ତେବେ ଦୀପାବଳି ବୋନସ୍ ଓ ବାର୍ଷିକ ବୋନସ୍ ମଧ୍ୟରେ ତଫାତ୍ ରହିଛି । ମୋଟାମୋଟି ଭାବେ ଯେଉଁ କମ୍ପାନୀରେ ୨୦ କିମ୍ଵା ତାଠାରୁ ଅଧିକ କର୍ମଚାରୀ କାମ କରୁଛନ୍ତି ସେଠାରେ ବୋନସ୍ ଦିଆଯିବା ଉଚିତ୍ ।

ଆର୍ଥିକ ବର୍ଷରେ ଅତି କମରେ ୩୦ ଦିନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବୋନସ୍ ମିଳିପାରିବ । ତେବେ ସେମାନଙ୍କ କ୍ଷେତ୍ରରେ ଅନ୍ୟ ସର୍ତ୍ତ ବି ଲାଗୁ ହୋଇପାରେ । ଏହି ନିୟମ କେବଳ କମ୍ପାନୀର ବାର୍ଷିକ ବୋନସ୍ କ୍ଷେତ୍ରରେ ଲାଗୁ ହୋଇଥାଏ । ହେଲେ ଦୀପାବଳି ଭଳି ଅତିରିକ୍ତ ଉତ୍ସବ ବୋନସ୍ କମ୍ପାନୀ ଇଚ୍ଛା ଅନୁସାରେ ନିର୍ଭର କରେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button