ନୂଆଦିଲ୍ଲୀ, ୨୦/୦୨ : ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କରଣୀ ସେନାର ଜଣେ କାର୍ଯ୍ୟକର୍ତ୍ତା ହତ୍ୟା ଧମକ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଗୁରୁବାର ଏହି ଦାବି କରିଛନ୍ତି । ସେ ଧମକପୂର୍ଣ୍ଣ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।
ସେଥିରେ ଅଭିଯୁକ୍ତ ରାଜ ସିଂହ କହିଛନ୍ତି ଯେ, ନିକଟରେ ବଜେଟ୍ ଅଧିବେଶନ ସମୟରେ ୨୫ ବିରୋଧୀ ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ବରଦାସ୍ତ କରାଯିବ ନାହିଁ । ଏସବୁ ଲାଗି ରାହୁଲ ଗାନ୍ଧୀ ଦାୟୀ । ୨୪ ଘଣ୍ଟା ମଧ୍ୟରେ ଏହି ସାଂସଦଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ସେ ଆହୁରି କହିଛନ୍ତି ଯେ, ଯଦି ପୁଣି ଏଭଳି ଘଟଣା ଘଟେ ତେବେ ରାହୁଲଙ୍କ ଘରେ ପଶି ଗୁଳି କରିବୁ । ସେହି ୨୫ ସାଂସଦଙ୍କ ଘରେ ଭଙ୍ଗାରୁଜା କରାଯିବ । ଏଥିଲାଗି ପ୍ରଶାସନ ଦାୟୀ ରହିବ । ଭିଡିଓ ଭାଇରାଲ୍ ହେବାପରେ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଧରାଯାଇଛି ।
ସୌଜନ୍ୟ Prameya News7
