ଶାହାଙ୍କ ଭାଷଣ ଶୁଣିବାକୁ ଚାହୁଁନୁ: ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳକୁ ସଂସଦୀୟ ଆଲୋଚନାରେ ଭାଗ ନେବାକୁ ସରକାର କରିଥିବା ନିବେଦନକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ସଂସଦରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ଶୁଣିବାକୁ ଚାହଁୁ ନାହଁୁ। ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଲାଠିମାଡ, ପାଣିମାଡ ଓ ପେଲେଟ୍ ଗୁଳିମାଡ କରିବା ଭଳି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କିଏ ନିର୍ଦେଶ ଦେଇଥିଲା ତା’ର ଉତ୍ତର କେବଳ ଆମେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହଁୁ। ଯଦି ସ୍ବରାଷ୍ଟ୍ର ମନ୍ତ୍ରୀ ଛାତ୍ରଙ୍କ ଉପରେ ବଳ ପ୍ରୟୋଗ ଲାଗି ପୁଲିସକୁ ନିର୍ଦେଶ ଦେଇଛନ୍ତି, ତେବେ ସେ ନୈତିକତା ଆଧାରରେ ଇସ୍ତଫା ଦେବା ଉଚିତ୍। ଆଉ ଯଦି ତାଙ୍କ ଅଜାଣରେ ପୁଲିସ ଏପରି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତେବେ ଶାହା ସ୍ବରାଷ୍ଟ୍ର ମନ୍ତ୍ରୀ ହେବାର ଯୋଗ୍ୟତା ହରାଇଛନ୍ତି। ଆଉ ଏହି ଆଧାରରେ ସେ ନିଜ ପଦରୁ ଇସ୍ତଫା ଦେବା ଉଚିତ୍। ଏହି ପ୍ରଶ୍ନର ଉତ୍ତର ବ୍ୟତୀତ ଆମେ କୌଣସି ଭାଷଣ ଶୁଣିବାକୁ ଆଗ୍ରହୀ ନୁହଁ।
ସୌଜନ୍ୟ ସମାଜ




