Site icon Swayam News

ଶୂନ୍ୟକାଳରେ ଉଠିଲା ସୁନ୍ଦରଗଡ଼ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଧାୟକ ।

କନକ ବ୍ୟୁରୋ: “ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ଆମ ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼ କୁ ଉତ୍ତର ଓଡିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି ବୋଲି ।“ ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ କିଛି ଏଭଳି କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ।

ଖାଲି ସେତିକି ନୁହେଁ ଏହାପରେ ଚାନ୍ଦବାଲି ବିଧାୟକ ବ୍ୟୋମକେସ ରାୟ ମଧ୍ୟ ସୁନ୍ଦରଗଡ଼ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ଦାବି କରିଛନ୍ତି । ସେ କହିଥିଲେ, “ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁନ୍ଦରଗଡ଼କୁ ଉତ୍ତର ଓଡିଶାରେ ମିଶେଇବେ ଯାହାଦ୍ୱାରା ଜିଲ୍ଲାର ଦ୍ରୁତ ବିକାଶ ହେବ । ଏଥିରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ପରୋକ୍ଷରେ କହୁଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦରେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ କଥାରୁ ଜଣାପଡୁଛି ଆଞ୍ଚଳିକ ବୈଶମ୍ୟବାଦ ଅଛି । ଏପଟେ ସୁନ୍ଦରଗଡ଼ ବିଧାୟକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି ।“ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାକୁ କହିଛନ୍ତି ଚାନ୍ଦବାଲି ବିଧାୟକ ।
ସୌଜନ୍ୟ-କନକ

Exit mobile version