ଖବର ଅନୁଯାୟୀ, CRPF ବାଟାଲିୟନ୍ ସମ୍ବଲପୁର କ୍ୟାମ୍ପରୁ ଗାଡ଼ିଟି ବାହାରି ଛତିଶଗଡ଼ ଜଗଦଲପୁର ଅଭିମୁଖେ ଯାଉଥିଲା । ହେଲେ ଜାତୀୟ ରାଜପଥ ୫୩ ନମ୍ବର ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ବ୍ରିଜ୍ ଉପରେ ଥିବା କାନ୍ଥରେ ପିଟି ହୋଇଥିଲା । ଏହାପରେ ଗାଡ଼ିଟି ଓଲଟିପଡ଼ିଥିଲା । ଯାହାଫଳରେ ଗାଡ଼ିରେ ଥିବା ଡ୍ରାଇଭର ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭୀମ୍ସାକୁ ସ୍ଥାନାନ୍ତରିତ କରାଯାଇଛି ।
ସୌଜନ୍ୟ Prameya News7

