ଭଦ୍ରକ ୧୭।୦୪ : ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର । ଧଉଳି ଗଣନାଟ୍ୟ ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଶିକାର ହୋଇ ରୁଦ୍ରାଙ୍କ ଅବସ୍ଥାର ଗୁରୁତର ରହିଛି । ବର୍ତ୍ତମାନ ରୁଦ୍ର ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର ଅଭିନେତା ରୁଦ୍ର ନାରାୟଣଙ୍କର ଭୟଙ୍କର ଦୁର୍ଘଟଣା ଘଟିଛି । ପିରହାଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ରୁଦ୍ର ନାରାୟଣ ଗୁରୁତର ହୋଇଛନ୍ତି । ଭଦ୍ରକ ନାଳଙ୍ଗ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣା ରୁଦ୍ର ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା କେଉଁ ଗାଡ଼ି ଧକ୍କା ଦେଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମେଡିକାଲରେ ରୁଦ୍ରଙ୍କ ପ୍ରାଥମିକ ଚିକିତ୍ସା ପରେ ସିଟି ସ୍କାନ କରାଯାଇଛି । ରିପୋର୍ଟ ଆସିବା ପରେ ରୁଦ୍ରଙ୍କ ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।
ସୌଜନ୍ୟ Prameya News7

