ନୂଆଦିଲ୍ଲୀ, ୧୩/୦୧: ଏବେ ସେ ଫିଟ୍ ।୨୫ବର୍ଷର ବ୍ୟାଟର ଭାବେ ଖେଳୁଛନ୍ତି କ୍ରିକେଟ୍ । ସରିନି ରନ୍ ର ଭୋକ । ଶତକ ପରେ ଶତକ ଲଗାଉଛନ୍ତି । ବିସ୍ଫୋରକ ବ୍ୟାଟିଂ କରୁଛନ୍ତି । ଟେଷ୍ଟ୍ କ୍ରିକେଟରୁ ଅବସର ନେବା ପରେ ବଦଳିଯାଇଛି ରନ୍ ମେସିନ୍ ବିରାଟ କୋହଲିଙ୍କ ମିଜାଜ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସ୍ପିନର୍ ଆର୍ ଅଶ୍ୱିନ୍ ।
ଅଶ୍ୱିନ୍ କହିଛନ୍ତି ଯେ, ବିରାଟ କିଛି ଭୁଲି ନାହାଁନ୍ତି । ତାଙ୍କ ମନରେ ଆଗରୁ ଯାହା ଥିଲା ତାହା ରହିଛି । ସେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ସେ କେବଳ କ୍ରିକେଟ୍ କଥା ଭାବୁଛନ୍ତି । ତାଙ୍କ ମନରେ ଆଉ କିଛି ନାହିଁ । ସେ କେବଳ କ୍ରିକେଟର ଆନନ୍ଦ ନେବାକୁ ଚାହୁଁଛନ୍ତି । ପିଲାଦିନେ ଯେଉଁ ଆଟିଟ୍ୟୁଡରେ ସେ ଖେଳୁଥିଲେ ବର୍ତ୍ତମାନ ସେମିତି ଖେଳିଲା ଭଳି ଲାଗୁଛି ହେଲେ ଏଥିରେ ତାଙ୍କର ଅଭିଜ୍ଞତା ଯୋଡି ହୋଇଯାଇଛି ।
ସେ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ଶ୍ରେୟସ ଆୟର । ନ୍ୟୁଜିଲାଣ଼୍ଡ ବିପକ୍ଷ ପ୍ରଥମ ମୁକାବିଲାରେ ତାଙ୍କ ବ୍ୟାଟରୁ୪୯ରନ୍ ବାହାରିଥିଲା । ବିରାଟ କୋହଲିଙ୍କ ସହ ସେ ଏକ ଦମଦାର ପାର୍ଟନରସିପ୍ କରିଥିଲେ । ଭାରତୀୟ ଦଳର ଦିନିକିଆ ଫର୍ମାଟରେ ଲଗାତାର ଭାବେ ଆୟର ଭଲ ପ୍ରଦର୍ଶନ କରୁଛନ୍ତି ।
ସୂଚନାଯୋଗ୍ୟ, ବିରାଟ କୋହଲି ଏବେ ନିଜ କ୍ୟାରିଅରର ସବୁଠୁ ଭଲ ଫର୍ମରେ ଅଛନ୍ତି ।୨୦୨୫ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଲଗାତାର ଶତକ ଲଗାଇଥିଲେ । ବିଜୟ ହଜାରେ ଟ୍ରଫିରେ ମଧ୍ୟ ବିସ୍ଫୋରକ ପାଳି ଖେଳିଥିଲେ । ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ସେ୯୩ରନ୍ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ।
ସୌଜନ୍ୟ Prameya News7
