ଓ୍ୱାଶିଂଟନ୍,୨୬ା୨: ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ୍ ପ୍ରଶାସନର ଟାରିଫ୍କୁ ଅବୈଧ ଘୋଷଣା କରିବା ପରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାମଧ୍ୟରେ ଆମେରିକା ପୁଣି ସୋଲାର(ସୌର) ସାମଗ୍ରୀ ଆମଦାନୀ ଉପରେ ୧୨୬ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଆମେରିକା ଭାରତରୁ ଆମଦାନୀ କରୁଥିବା ସୋଲାର ସେଲ୍ ଏବଂ ସୋଲାର ପ୍ୟାନେଲ୍ ଉପରେ ଏହି ପରିମାଣର ଶୁଳ୍କ ଲାଗୁ କରିବାକୁ ବୁଧବାର ଘୋଷଣା କରିଛି। ଭାରତରେ ଏହିସବୁ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ସରକାରୀ ସ୍ତରରେ ଅଧିକ ସବ୍ସିଡି ଦିଆଯାଉଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଟ୍ରମ୍ପ୍ ପ୍ରଶାସନ ଉପରୋକ୍ତ ହାରରେ କାଉଣ୍ଟରଭେଲିଂ ଡ୍ୟୁଟି(ସିଭିଡି) ଲାଗୁ କରିବାକୁ କହିଛି। ଭାରତ ସମେତ ଭିଏଟ୍ନାମ ଏବଂ ଲାଓସ୍ ଉପରେ ସୋଲାର ସାମଗ୍ରୀ ଉପରେ ଏହି ସିଭିଡି ଲାଗୁ କରାଯିବ।
ସୌଜନ୍ୟ ଧରିତ୍ରୀ
