୨୦୨୬ରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟସ୍ତ ଖେଳସୂଚୀ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ପାଇଁ ୨୦୨୫ ଉତ୍‌ଥାନ ପତନର ବର୍ଷ ଥିଲା। ଏହି ବର୍ଷ ଭାରତ ଚମ୍ପିଆନ୍‌ସ ଟ୍ରଫି ଓ ଏସିଆ କପ୍‌ ଜିତିବା ସହ ଧଳା ବଲ୍‌ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ୨୦୨୬​‌େ​‌ର ଭାରତ ନୂଆ ଉତ୍ସାହରେ ଖେଳିବ। ତେବେ ୨୦୨୬ରେ ଭାରତ ମାତ୍ର ୫ଟି ଟେଷ୍ଟ ଖେଳିବ; ନିକଟ ଅତୀତରେ ଯାହା କ୍ବଚିତ ଦେଖାଦେଇଛି। ଜୁନ୍‌ରେ ଭାରତ ବର୍ଷର ପ୍ରଥମ ଟେଷ୍ଟ ଶୃଙ୍ଖଳା ଖେଳିବ। ୨୦୨୬ରେ ଭାରତ ଆଉ ଏକ ଆଇସିସି ଟ୍ରଫି ଜିତିବାର ପ୍ରୟାସ କରିବ। ଫେବୃଆରୀ-ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବ। ଏହାସହ ଟିମ୍‌ ଇଣ୍ଡିଆ ଗତବର୍ଷ ଜିତିଥିବା ଏସିଆ କପ୍‌ ଟାଇଟଲ ବଜାୟ ରଖିବାର ପ୍ରୟାସ କରିବ।

ଘରୋଇ ମାଟିରେ ଖେଳି ଭାରତୀୟ ଦଳ ୨୦୨୬ରେ ଅଭିଯାନ ଆରମ୍ଭ କରିବ। ଜାନୁଆରୀ ୧୧ରୁ ୩୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଖେଳି ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଭାରତ ପ୍ରସ୍ତୁତ ହେବ। ଏହି ବିଶ୍ବକପ୍‌ ୨୦୨୬ରେ ଭାରତୀୟ ଦଳ ପାଇଁ ସବୁଠାରୁ ଆହ୍ବାନ ହେବ। ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବ। ଏହାକୁ ଜିତି ବିଶ୍ବର ପ୍ରଥମ ଦଳ ଭାବେ ଟି୨୦ ବିଶ୍ବକପ୍‌ ବଜାୟ ରଖିବାର ପ୍ରୟାସ ଭାରତ କରିବ। ମାର୍ଚ୍ଚ ୨୬ରୁ ମେ’ ୩୧ ପର୍ଯ୍ୟନ୍ତ ଭାରତରେ ଆଇପିଏଲ୍‌ ଖେଳାଯିବ। ଜୁନ୍‌ରେ ଘରୋଇ ମାଟିରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଜୁନ୍‌ ଶେଷଆଡ଼କୁ ଭାରତୀୟ ଦଳ ବିଦେଶ ଯାତ୍ରାରେ ଯିବ। ଜୁଲାଇ ୧ରୁ ୧୯ ମଧ୍ୟରେ ଇଂଲଣ୍ଡରେ ଭାରତ ୫ଟି ଟ୍ବେଣ୍ଟି୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ।

– Advertisement –

ଅଗଷ୍ଟରେ ଭାରତ ଶ୍ରୀଲଙ୍କା ଯାଇ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ସେପ୍ଟେମ୍ବରରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ସେପ୍ଟେମ୍ବର-ଅକ୍ଟୋବର​‌େ​‌ର ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ଆସି ଘରୋଇ ଟିମ୍‌ ଇଣ୍ଡିଆ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ସେପ୍ଟେମ୍ବର-ଅକ୍ଟୋବରରେ ଜାପାନରେ ଏସୀୟ କ୍ରୀଡ଼ା ଖେଳାଯିବ। ଋତୁରାଜ ଗାଏକ୍‌ୱାଡ୍‌ଙ୍କ ନେତୃତ୍ବରେ ଭାରତ ଗତଥର ସ୍ବର୍ଣ୍ଣପଦକ ଜିତିଥିବା ବେଳେ ଏହାକୁ ବଜାୟ ରଖିବାକୁ ଚାହିଁବ। ଅକ୍ଟୋବର-ନଭେମ୍ବରରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୨ଟି ଟେଷ୍ଟମ୍ୟାଚ୍‌, ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଡିସେମ୍ବରରେ ଶ୍ରୀଲଙ୍କା ଦଳ ଭାରତ ଆସି ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ।

ସୌଜନ୍ୟ ସମ୍ବାଦ

Exit mobile version