ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ଗତ ସେପ୍ଟେମ୍ବର ୨୦ରେ ଏଚ୍-୧ ଭିସା ଫିକୁ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଥିଲେ। ଏଥିଯୋଗୁ ଭାରତ ସମେତ ବିଭିନ୍ନ ଦେଶର ବିଦେଶୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାର ଦିନକ ପରେ ହ୍ବାଇଟ୍ ହାଉସ୍‌ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ସେଥିରେ କୁହାଯାଇଥିଲା ଏହି ଭିସା ଫି କେବଳ ନୂଆ ଆବେଦନ ପାଇଁ ଲାଗୁ ହେବ।