ରାଜ୍ୟ

3 Arrested: ଆନନ୍ଦପୁରରେ ଗୋରୁ ଚୋରି ଅଭିଯୋଗ: ୩ ଅଭିଯୁକ୍ତ ଗିରଫ, ସିସିଟିଭିରୁ ମିଳିଲା ସୁରାକ୍

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଗୋରୁ ଚୋରି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି।

ଆନନ୍ଦପୁର: ଆନନ୍ଦପୁର ସହରରୁ ଗୋରୁ ଚୋରି ଅଭିଯୋଗରେ ତିନିଜଣ ଗିରଫ ହୋଇଛନ୍ତି l ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜଜିଲ୍ଲା ଯଶିପୁର ଥାନା ପୁରୁଣା ବଜାରର ମହମ୍ମଦ ସାହାବାଜ୍ (୩୨), ଯଶିପୁର ଥାନା ଧୋବାଡିଆର ମହମ୍ମଦ ରେହାନ୍ (୧୯), ରାଇରଙ୍ଗପୁର ଥାନା ଟେଣ୍ଟପସିର ସେକ୍ ନାଜିର (୨୭) l ଏନେଇ ଆନନ୍ଦପୁରର ହାଡିବନ୍ଧୁ ଖୁଣ୍ଟିଆ ଥାନାରେ ଅଭିଯୋଗ କରିଥିଲେ l

ଆଜି କୋର୍ଟ ଚାଲାଣ କରାଯିବ

ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୯/୩୦ତାରିଖ ରାତିରେ ତିନି ଜଣ ଅଜଣା ବ୍ୟକ୍ତି ଆନନ୍ଦପୁର ବ୍ଲକ୍ ରୋଡ୍‌ରୁ ଏକ ଚାରି ଚକିଆ ଗାଡ଼ି ଯୋଗେ ଗୋରୁ ଚୋରି କରିଥିଲେ, ଯାହା ସିସିଟିଭିରେ କଏଦ ହୋଇଥିଲା। ଆନନ୍ଦପୁର ପୁଲିସ୍ ବ୍ୟାପକ ତଦନ୍ତ ଓ ସିସିଟିଭି ଯାଞ୍ଚ ପରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆନନ୍ଦପୁର ଥାନା ମାମଲା ନଂ ୨୪୧ ତା ୦୫.୦୯.୨୦୨୬ ଧାରା ୩୦୩(୨) ବିଏନଏସ୍ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି l ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି l

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button