ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ଯୁବକଙ୍କ ଗୋଡରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିତ୍ବା ଜଣାପଡିଛି। ଅଭିଯୁକ୍ତ ଜଣକ ସମ୍ପର୍କୀୟ ବୋଲି ସୂଚନା ମିଳିଛି। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ଥିତ୍ବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇ ଛାନ୍‌ଭିନ ଆରମ୍ଭ କରିଛି।

ସୌଜନ୍ୟ-ଧରିତ୍ରୀ

Show More
Back to top button