ଭୁବନେଶ୍ୱର: ଗୋତି ଶ୍ରମିକ ପ୍ରଥା ଶେଷ ହୋଇନାହିଁ। ଏହା ନୂତନ ଓ ଅଧିକ ଅଦୃଶ୍ୟ ଆକାର ନେଇଛି। ଦୁର୍ବଳ ପ୍ରୟୋଗ, ବିଭାଗୀୟ ସମନ୍ୱୟର ଅଭାବ ଓ ଜିଲ୍ଲାସ୍ତରରେ ସଚେତନତା ସମିତିଗୁଡ଼ିକର ନିଷ୍କ୍ରିୟତା ଆଇନର ଉଦ୍ଦେଶ୍ୟକୁ କ୍ଷୀଣ କରିଛି ବୋଲି ଗୋତି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ର ୫୦ ବର୍ଷ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଯୋଗଦେଇ ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଲକ୍ଷ୍ମୀଧର ମିଶ୍ର କହିଛନ୍ତି। ଗୋତି ଶ୍ରମିକ ନିରୋଧ ପାଇଁ କାର୍ଯ୍ୟରତ ‘ସୁରକ୍ଷା’ ଦ୍ବାରା ଆଜି ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବରିଷ୍ଠ ପ୍ରଶାସକ, ସିଭିଲ ସୋସାଇଟି ସଙ୍ଗଠନ, ବଞ୍ଚିଥିବା ପୀଡ଼ିତମାନଙ୍କର ସଂଘ, ପରାମର୍ଶଦାତା ସମିତିର ସଦସ୍ୟମାନେ ଯୋଗଦେଇ ଓଡ଼ିଶାରେ ଚାଲୁଥିବା ଗୋତି ଶ୍ରମିକ ସମସ୍ୟା ମୁକାବିଲା କରିବାକୁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟଯୋଜନା(ଏସ୍ଏପି), ସ୍ପଷ୍ଟ ମାନକ ପ୍ରଚାଳନ ପ୍ରକ୍ରିୟା(ଏସ୍ଓପି) ଓ ଗୋତି ଶ୍ରମିକ ସଚେତନତା ସମିତିଗୁଡ଼ିକର ପୁନରୁଦ୍ଧାର ପାଇଁ ଆହ୍ୱାନ ଜଣାଇଛନ୍ତି।
50th anniversary: ଗୋତି ଶ୍ରମିକ ଉଚ୍ଛେଦ ଆଇନର ୫୦ ବର୍ଷ ପୂର୍ତ୍ତି: ୨୦୨୩-୨୪ରେ ୧୫୫ ଗୋତି ଶ୍ରମିକ ଉଦ୍ଧାର
ଗୋତି ଶ୍ରମିକ ପ୍ରଥା ଶେଷ ହୋଇନାହିଁ। ଏହା ନୂତନ ଓ ଅଧିକ ଅଦୃଶ୍ୟ ଆକାର ନେଇଛି। ଦୁର୍ବଳ ପ୍ରୟୋଗ, ବିଭାଗୀୟ ସମନ୍ୱୟର ଅଭାବ ଓ ଜିଲ୍ଲାସ୍ତରରେ ସଚେତନତା ସମିତିଗୁଡ଼ିକର ନିଷ୍କ୍ରିୟତା ଆଇନର ଉଦ୍ଦେଶ୍ୟକୁ କ୍ଷୀଣ....
