Breaking News

ସୋଆ ୟୁନିଭର୍ସିଟିକୁ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ଓ ଅନୁସନ୍ଧାନ (ଏସ୍‌ଓଏ) ବା ସୋଆ ୟୁନିଭର୍ସିଟିକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ-୨୦୨୪’ ରେ ସମ୍ମାନିତ କରାଯାଇଛି। ବିଶେଷ କରି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କାର୍ଯ୍ୟ ପରିସର ମଧ୍ୟରେ ମହିଳା କର୍ମଚାରୀଙ୍କ ଯୋଗଦାନ ଓ କାର୍ଯ୍ୟକୁ ସ୍ବୀକୃତି ସ୍ବରୂପ ସୋଆ ୟୁନିଭର୍ସିଟିକୁ ଏହି ଆଓ୍ବାର୍ଡ ଦିଆଯାଇଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସର୍ବପୁରାତନ ଓ ଲୋକପ୍ରିୟ ଇଂରାଜୀ ମହିଳା ମାଗାଜିନ ‘ଫେମିନା’ ପକ୍ଷରୁ କୋଲକାତାଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସୋଆ ୟୁନିଭର୍ସିଟିକୁ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ’ ଦିଆଯାଇଛି। ଏହି ଅବସରର ବ୍ରିଟିଶ ହାଇ କମିଶନର (ଇଷ୍ଟ ଆଣ୍ଡ ନର୍ଥ ଇଷ୍ଟ ଇଣ୍ଡିଆ) ଡା. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ୍‌, ଆଲିଆନ୍ସ ଫ୍ରାଞ୍ଚାଇଜସ ଡୁ ବେଙ୍ଗଲେର ନିର୍ଦ୍ଦେଶକ ନିକୋଲାସ୍‌ ଫାସିନୋ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋଆର ଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଅତିଥିଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ସୋଆ ପରିସରରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଅନୁଷ୍ଠାନ ଏକ ସୁରକ୍ଷିତ ଓ କର୍ମୋପଯୋଗୀ ପରିବେଶ ହୋଇଥିଲାବେଳେ ଶିକ୍ଷାକ୍ଷେତ୍ରରେ ମହିଳାଙ୍କ କର୍ମଚାରୀଙ୍କ ଅବଦାନ ଅତୁଳନୀୟ ରହିଛି। ଏପରିକ ସୋଆରେ ୫୪% ଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ୪୨% ମହିଳା କର୍ମଚାରୀ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
ସୌଜନ୍ୟ-ଧରିତ୍ରୀ

Comments are closed.