ମହାନଗର

Bulldozer in Saliasahi: ସାଲିଆସାହିରେ ବୁଲ୍‌ଡୋଜର ପାହାର ଜାରି ୪୦୭ ଘର ଧୂଳିସାତ୍‌

ସାଲିଆସାହିରେ ଆଜି ବି ପଡ଼ିଛି ବୁଲ୍‌ଡୋଜର ପାହାର। ଗୋଟିଏ କି ଯୋଡ଼ିଏ ନୁହେଁ, ୧୩ଟି ବୁଲ୍‌ଡୋଜର ସହ ଗୋଟିଏ ଚେନ୍‌ ମାଉଣ୍ଟେଡ୍‌ ପୋକଲିନ୍‌ ଏକାଥରେ ସାଲିଆସାହି ଭିତରେ....

ଚନ୍ଦ୍ରଶେଖରପୁର: ସାଲିଆସାହିରେ ଆଜି ବି ପଡ଼ିଛି ବୁଲ୍‌ଡୋଜର ପାହାର। ଗୋଟିଏ କି ଯୋଡ଼ିଏ ନୁହେଁ, ୧୩ଟି ବୁଲ୍‌ଡୋଜର ସହ ଗୋଟିଏ ଚେନ୍‌ ମାଉଣ୍ଟେଡ୍‌ ପୋକଲିନ୍‌ ଏକାଥରେ ସାଲିଆସାହି ଭିତରେ ପଶିବା ସହ ଛିନ୍ନଛତ୍ର କରି ପକାଇଛନ୍ତି। କୌଣସି ବି ଘରକୁ ବି ଛାଡ଼ିନାହାନ୍ତି। ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାରେ ଯେଉଁ ଘରଗୁଡ଼ିକ ପଡ଼ିଥିଲା ତାହାକୁ ମାଟିରେ ମିଶାଇ ଦିଆଯାଇଛି। ୭୪୦ ମିଟରର ରାସ୍ତା ମଧ୍ୟରୁ ଆଜି ସୁଦ୍ଧା ପାଖାପାଖି ୬୦୦ ମିଟର ରାସ୍ତା ନିର୍ମାଣ ପାଇଁ ବାଟ ଫିଟିଛି। ଏବେ ସୁଦ୍ଧା ୪୦୭ଟି ଘର ମାଟିରେ ମିଶିବା ପରେ ତାହାକୁ ସମାନ କରିବା କାର୍ଯ୍ୟ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି। ୧୦ରୁ ୧୫ଟି ଟ୍ରାକ୍ଟର ଲାଗିବା ସହ ଘରଗୁଡ଼ିକରୁ ବାହାରୁଥିବା ଆବର୍ଜନାକୁ ସ୍ଥାନାନ୍ତର କରିବା‌ ଦିଗରେ ପଦକ୍ଷେପ ନିଆଯାଇଛି। ଆଉ ଯେଉଁ ୧୫୦ ମିଟର ବାକି ରହିଛି ତାହାକୁ ଗୁରୁବାର ଉଚ୍ଛେଦ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।
ଗତକାଲି ପ୍ରଥମ ଦିନରେ ବସ୍ତିବାସିନ୍ଦାଙ୍କ ବ‌ିରୋଧ ଯୋଗୁଁ କାମ ସେତେଟା ଆଗେଇ ପାରି ନ ଥିଲା। ମାତ୍ର ଆଜି ସକାଳୁ ସକାଳୁ ପୁଲିସ ସହ ପୂର୍ତ୍ତ ବିଭାଗ, ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି, ବିଦ୍ୟୁତ୍‌, ୱାଟ୍‌କୋର କର୍ମଚାରୀମାନେ ସମସ୍ତ ସରଞ୍ଜାମ ସହ ଉଚ୍ଛେଦ ସ୍ଥଳରେ ପହଞ୍ଚି ଯାଇଥିଲେ। କେହି ବିରୋଧ କରିବାକୁ ଆସି ହିଁ ନ ଥିଲେ। ବରଂ ବସ୍ତିବାସିନ୍ଦାମାନେ ନିଜ ସାମଗ୍ରୀଗୁଡ଼ିକୁ ସାଇତି ରଖିବାକୁ ଲାଗିପଡ଼ିଥିଲେ। ଘରୁ ସାମଗ୍ରୀ କାଢ଼ିବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହାର ସୁବିଧା ନେଇ ପ୍ରଶାସନ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ବିଡିଏ ଯୁଗ୍ମ ଆୟୁକ୍ତ (ଉଚ୍ଛେଦ) ରଞ୍ଜନ ଜେନାଙ୍କ ନେତୃତ୍ବରେ ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୬ଟି ଲେଖାଏ ଟିମ୍‌, ବିଏମ୍‌ସିର ସମସ୍ତ ଜେଡିସି, ବିଏମ୍‌ସି ଅତିରିକ୍ତ କମିସନର ଉଚ୍ଛେଦରେ ସାମିଲ ହୋଇଛନ୍ତି। ଟିମ୍‌ଗୁଡ଼ିକ ବିଭିନ୍ନ ଆଡ଼ୁ ସାଲିଆସାହିରେ ଭିତରେ ପଶିବା ସହ ଭାଙ୍ଗି ଚାଲିଥିଲେ। ହାତିଆଶୁଣି ପଡ଼ିଆ ପାର୍ଶ୍ବରୁ ୮ଟି ବୁଲ୍‌ଡୋଜର ବସ୍ତି ଭିତରେ ପଶିଥିବା ବେଳେ ଏକାମ୍ରକାନନ ପାର୍ଶ୍ବରୁ ୫ଟି ପ୍ରବେଶ କରିବା ସହ ଭାଙ୍ଗି ଚାଲିଥିଲେ।

ପୁଲିସ ସୁରକ୍ଷା ସାମାନ୍ୟ ହ୍ରାସ କରାଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। ବରଂ ଯୋଜନାବଦ୍ଧ ଭାବେ ଘରଗୁଡ଼ିକ ଭାଙ୍ଗି ମାଟିରେ ମିଶାଇଥି‌ଲା ଉଚ୍ଛେଦକାରୀ ଦଳ।
ଗତକାଲିର ପ୍ରବଳ ବିରୋଧ ସତ୍ତ୍ବେ ଘରଗୁଡ଼ିକ ଭାଙ୍ଗିବା ସହ ବସ୍ତିବାସିନ୍ଦାଙ୍କ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ‌ଆବାସ ଯୋଜନାରେ ଯେଉଁମାନଙ୍କୁ ଘର ମିଳିଛି ସେମାନଙ୍କୁ ବୁଦ୍ଧ ଆବାସକୁ ସ୍ଥାନାନ୍ତର କରିବାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ଆଉ ଯେଉଁମାନେ ଆବାସ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଘର ଯୋଗାଇ ଦେବାକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦୁଇ ଦିନ ହେଲା ଯେଉଁମାନଙ୍କ ଘର ଉଚ୍ଛେଦ ହୋଇଛି ଏବଂ ବୁଦ୍ଧ ବିହାର ଆବାସକୁ ସ୍ଥାନାନ୍ତର ହେଉଛନ୍ତି ସେମାନଙ୍କୁ ସେଠାରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ କାହାକୁ ବି ହଇରାଣ କରାଯିବ ନାହିଁ। ବୁଦ୍ଧବିହାର ଆବାସରେ ଆସନ୍ତା ୭ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି।

ସ୍ଥାୟୀ ପଟ୍ଟା ଦେଲେନି, ଭାଙ୍ଗିଦେଲେ

୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କାଘର, ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରାଯିବ। ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ ‌‌ତେବେ ପ୍ରତିଶ୍ରୁତି ପୂରଣ କରାଯିବ। ଏହା ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦୃଢ଼ ପ୍ରତିଶ୍ରୁତି ବୋଲି ସେତେବେଳେ ବଣ୍ଟାଯାଇଥିବା ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିଥିଲା। ମାତ୍ର ନିର୍ବାଚନ ପରେ ପଟ୍ଟା ମିଳିବ କ’ଣ ଏବେ ଜୋରଜରଦସ୍ତ ଉଚ୍ଛେଦ କରାଯାଉଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

୧୩ ଜେସିବି ସହ ଚେନ୍‌ ମାଉଣ୍ଟେଡ୍‌ ପୋକ୍‌ଲେନ୍‌ ସାମିଲ

ଚନ୍ଦ୍ରଶେଖରପୁର,୧୯/୧୧(ଇମିସ): ସାଲିଆସାହିରେ ଆଜି ବି ପଡ଼ିଛି ବୁଲ୍‌ଡୋଜର ପାହାର। ଗୋଟିଏ କି ଯୋଡ଼ିଏ ନୁହେଁ, ୧୩ଟି ବୁଲ୍‌ଡୋଜର ସହ ଗୋଟିଏ ଚେନ୍‌ ମାଉଣ୍ଟେଡ୍‌ ପୋକଲିନ୍‌ ଏକାଥରେ ସାଲିଆସାହି ଭିତରେ ପଶିବା ସହ ଛିନ୍ନଛତ୍ର କରି ପକାଇଛନ୍ତି। କୌଣସି ବି ଘରକୁ ବି ଛାଡ଼ିନାହାନ୍ତି। ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାରେ ଯେଉଁ ଘରଗୁଡ଼ିକ ପଡ଼ିଥିଲା ତାହାକୁ ମାଟିରେ ମିଶାଇ ଦିଆଯାଇଛି। ୭୪୦ ମିଟରର ରାସ୍ତା ମଧ୍ୟରୁ ଆଜି ସୁଦ୍ଧା ପାଖାପାଖି ୬୦୦ ମିଟର ରାସ୍ତା ନିର୍ମାଣ ପାଇଁ ବାଟ ଫିଟିଛି। ଏବେ ସୁଦ୍ଧା ୪୦୭ଟି ଘର ମାଟିରେ ମିଶିବା ପରେ ତାହାକୁ ସମାନ କରିବା କାର୍ଯ୍ୟ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି। ୧୦ରୁ ୧୫ଟି ଟ୍ରାକ୍ଟର ଲାଗିବା ସହ ଘରଗୁଡ଼ିକରୁ ବାହାରୁଥିବା ଆବର୍ଜନାକୁ ସ୍ଥାନାନ୍ତର କରିବା‌ ଦିଗରେ ପଦକ୍ଷେପ ନିଆଯାଇଛି। ଆଉ ଯେଉଁ ୧୫୦ ମିଟର ବାକି ରହିଛି ତାହାକୁ ଗୁରୁବାର ଉଚ୍ଛେଦ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।
ଗତକାଲି ପ୍ରଥମ ଦିନରେ ବସ୍ତିବାସିନ୍ଦାଙ୍କ ବ‌ିରୋଧ ଯୋଗୁଁ କାମ ସେତେଟା ଆଗେଇ ପାରି ନ ଥିଲା। ମାତ୍ର ଆଜି ସକାଳୁ ସକାଳୁ ପୁଲିସ ସହ ପୂର୍ତ୍ତ ବିଭାଗ, ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି, ବିଦ୍ୟୁତ୍‌, ୱାଟ୍‌କୋର କର୍ମଚାରୀମାନେ ସମସ୍ତ ସରଞ୍ଜାମ ସହ ଉଚ୍ଛେଦ ସ୍ଥଳରେ ପହଞ୍ଚି ଯାଇଥିଲେ। କେହି ବିରୋଧ କରିବାକୁ ଆସି ହିଁ ନ ଥିଲେ। ବରଂ ବସ୍ତିବାସିନ୍ଦାମାନେ ନିଜ ସାମଗ୍ରୀଗୁଡ଼ିକୁ ସାଇତି ରଖିବାକୁ ଲାଗିପଡ଼ିଥିଲେ। ଘରୁ ସାମଗ୍ରୀ କାଢ଼ିବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହାର ସୁବିଧା ନେଇ ପ୍ରଶାସନ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ବିଡିଏ ଯୁଗ୍ମ ଆୟୁକ୍ତ (ଉଚ୍ଛେଦ) ରଞ୍ଜନ ଜେନାଙ୍କ ନେତୃତ୍ବରେ ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୬ଟି ଲେଖାଏ ଟିମ୍‌, ବିଏମ୍‌ସିର ସମସ୍ତ ଜେଡିସି, ବିଏମ୍‌ସି ଅତିରିକ୍ତ କମିସନର ଉଚ୍ଛେଦରେ ସାମିଲ ହୋଇଛନ୍ତି। ଟିମ୍‌ଗୁଡ଼ିକ ବିଭିନ୍ନ ଆଡ଼ୁ ସାଲିଆସାହିରେ ଭିତରେ ପଶିବା ସହ ଭାଙ୍ଗି ଚାଲିଥିଲେ। ହାତିଆଶୁଣି ପଡ଼ିଆ ପାର୍ଶ୍ବରୁ ୮ଟି ବୁଲ୍‌ଡୋଜର ବସ୍ତି ଭିତରେ ପଶିଥିବା ବେଳେ ଏକାମ୍ରକାନନ ପାର୍ଶ୍ବରୁ ୫ଟି ପ୍ରବେଶ କରିବା ସହ ଭାଙ୍ଗି ଚାଲିଥିଲେ। ପୁଲିସ ସୁରକ୍ଷା ସାମାନ୍ୟ ହ୍ରାସ କରାଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। ବରଂ ଯୋଜନାବଦ୍ଧ ଭାବେ ଘରଗୁଡ଼ିକ ଭାଙ୍ଗି ମାଟିରେ ମିଶାଇଥି‌ଲା ଉଚ୍ଛେଦକାରୀ ଦଳ।
ଗତକାଲିର ପ୍ରବଳ ବିରୋଧ ସତ୍ତ୍ବେ ଘରଗୁଡ଼ିକ ଭାଙ୍ଗିବା ସହ ବସ୍ତିବାସିନ୍ଦାଙ୍କ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ‌ଆବାସ ଯୋଜନାରେ ଯେଉଁମାନଙ୍କୁ ଘର ମିଳିଛି ସେମାନଙ୍କୁ ବୁଦ୍ଧ ଆବାସକୁ ସ୍ଥାନାନ୍ତର କରିବାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ଆଉ ଯେଉଁମାନେ ଆବାସ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଘର ଯୋଗାଇ ଦେବାକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦୁଇ ଦିନ ହେଲା ଯେଉଁମାନଙ୍କ ଘର ଉଚ୍ଛେଦ ହୋଇଛି ଏବଂ ବୁଦ୍ଧ ବିହାର ଆବାସକୁ ସ୍ଥାନାନ୍ତର ହେଉଛନ୍ତି ସେମାନଙ୍କୁ ସେଠାରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ କାହାକୁ ବି ହଇରାଣ କରାଯିବ ନାହିଁ। ବୁଦ୍ଧବିହାର ଆବାସରେ ଆସନ୍ତା ୭ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି।

ବଳି ପଡ଼ିବ ୪୭୧ ଗଛ

୨୦୦ ଫୁଟିଆ ରାସ୍ତା ନିର୍ମାଣ ଦ୍ବାରା ସହରବାସୀ ଉପକୃତ ହେବେ ସତ। ମାତ୍ର ପ୍ରକୃତି ଉପରେ ଏବେ ବଡ଼ ପାହାର ପଡ଼ିବାକୁ ଯାଉଛି। ଭଙ୍ଗା ଯାଉଥିବା ୫୫୬ଟି ଘର ଥିବା ଅଞ୍ଚଳରେ ୪୭୧ଟି ବଡ଼ ଗଛ ରହିଥିବା ସର୍ଭେ ସମୟରେ ଜଣାପଡ଼ିଛି। ରାସ୍ତା କାମ ପାଇଁ ଏହି ଗଛଗୁଡ଼ିକୁ କାଟିବାକୁ ପଡ଼ିବ। ଯେଉଁଥିରେ ପିଜୁଳି, ପଣସ, ନଡ଼ିଆ, ଆତ, ବେଲ ପରି ଫଳନ୍ତି ବୃକ୍ଷ ରହିଛି। ଏକାମ୍ରକାନନ ନିକଟକୁ ଲାଗି ରହିଥିବା ଏହି ଅଞ୍ଚଳ ପରିବେଶ ଦୃଷ୍ଟିରୁ ବେଶ ସମ୍ବେଦନଶୀଳ ହୋଇଥିବାରୁ ଗଛଗୁଡ଼ିକର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ବିଶେଷକରି ସ୍ଥାନାନ୍ତର ହୋଇପାରୁଥିବା ଗଛଗୁଡ଼ିକୁ ଅନ୍ୟତ୍ର ଲଗାଇବା ଦିଗରେ ପଦକ୍ଷେପ ନେବାକୁ ସେମାନେ କହିଛନ୍ତି।

Untitled-12

ଶୀତ ରାତିରେ ଗଛ ମୂଳେ, ତମ୍ବୁ ତଳେ

ବସ୍ତି ଉଚ୍ଛେଦ ପରେ ଅଧିକାଂଶ ବସ୍ତିବାସିନ୍ଦା ଏବେ ବୁଦ୍ଧ ଆବାସରେ ପାଇଥିବା ଘରକୁ ଯାଇଛନ୍ତି। ତେବେ କିଛି ବସ୍ତିବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଘର ମିଳି ନ ଥିବାରୁ ସେମାନେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ନିକଟରେ ଥିବା ଖେଳ ପଡ଼ିଆରେ ତମ୍ବୁ ଟାଣି ସେଠାରେ ଆଶ୍ରୟ ନେଉଛନ୍ତି। ଆଉ କିଛି ଜଣ ଗଛ ମୂଳେ ଶୋଇଛନ୍ତି। କାଳେ କୌଣସି ପ୍ରକାର ଅଘଟଣ ଘଟିବ ‌ସେଥିପାଇଁ ପୁଲିସ ଜଗି ରହୁଥିଲେ ମଧ୍ୟ ରାତିରେ ଶୀତ କାକରରେ କିଭଳି ରାତି କଟୁଛି ସେନେଇ କିଛି ବସ୍ତିବାସିନ୍ଦା ଆଜି ନିଜର ଦୁଃଖ ବଖାଣିଥିଲେ। ରୋଷେଇ କରିବାକୁ ସୁବିଧା ନାହିଁ। ଖାଇବାକୁ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

Untitled-11

 

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button