ଜିଲ୍ଲା

Young Man Dies Electric Shock: ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହେଲେ ଯୁବକ

ଠାକୁରଙ୍କ ପାଇଁ ଫୁଲ ତୋଳିବାକୁ ଯାଇ ଠାକୁରଙ୍କ ପାଖକୁ ଚାଲିଗଲେ young man। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହେଲେ ଯୁବକ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

ନୀଳଗିରି: ଠାକୁରଙ୍କ ପାଇଁ ଫୁଲ ତୋଳିବାକୁ ଯାଇ ଠାକୁରଙ୍କ ପାଖକୁ ଚାଲିଗଲେ ଯୁବକ। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହେଲେ ଯୁବକ। ଘର ମାଲିକଙ୍କ ବର୍ବର କାଣ୍ଡ। ଫୁଲଚୋରି ପାଇଁ ଫୁଲଗଛରେ ଦେଇଦେଲେ କରେଣ୍ଟ। ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡ଼ୋଶୀଙ୍କ ଜୀବନ । ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

ଘର ମାଲିକ ଫୁଲ ଗଛରେ କରେଣ୍ଟ ଦେଇଥିଲେ

ଉକ୍ତ ୱାର୍ଡର ତାପସ ଦାସ ସକାଳେ ଫୁଲ ତୋଳିବା ପାଇଁ ନିକଟ ସ୍ବର୍ଗତ ଦୀଲ୍ଲିପ ରାଉତଙ୍କ ବାଡ଼ିକୁ ଯାଇଥିଲେ। ହେଲେ ଫୁଲ ଚୋରିକୁ ରୋକିବା ପାଇଁ ଘର ମାଲିକ ଫୁଲ ଗଛରେ କରେଣ୍ଟ ଦେଇଥିଲେ । ଆଜି ସକାଳେ ତାପସ ଫୁଲ ତୋଳିବାକୁ ଆସି ବିଦ୍ୟୁତ ଆଘାତ ପାଇ ମୃତ୍ୟବରଣ ହୋଇଥିଲା। ସ୍ଥାନୀୟ ଲୋକମାନେ ମୃତ ଶରୀରକୁ ଦେଖି ତାପସଙ୍କ ପରିବାରକୁ ଅବଗତ କରିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୀଳଗିରି ପୁଲିସକୁ ଅବଗତ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button